indiatoday.in
ନୂଆଦିଲ୍ଲୀ : ୟୁନାଇଟେଡ୍ ଆରବ ଏମିରେଟ୍ସ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନିତ କରାଯାଇଛି । ଦୁଇ ଦେଶ ମଧ୍ୟରେ ସଂପର୍କ ସୁଦୃଢ଼ କରିବା ପାଇଁ ସେ ପ୍ରୟାସ ଜାରି ରଖିଥିବାରୁ ଏହାକୁ ଦେଖି ୟୁଏଇର ରାଷ୍ଟ୍ରପତି ଶେଖ୍ ଖଲିଫା ବିନ୍ ଜାୟଦ ଅଲ ନାହୟାନ ମୋଦୀଙ୍କୁ ସମ୍ମାନୀତ କରିଥିବା ଜଣା ପଡ଼ିଛି । ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଜାୟଦ ମେଡାଲ ଦିଆଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରାଯାଇଛି । ଆବୁ ଧାବିର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ଜାୟଦ ଅଲ ନାହୟାନ ଏ ନେଇ ଟୁଇଟ୍ କରିବା ପରେ ଖବରଟି ସାମ୍ନାକୁ ଆସିଛି । ନିଜ ଟୁଇଟ୍ରେ ଆବୁ ଧାବିର କ୍ରାଉନ୍ ପ୍ରିନ୍ସ ମୋଦୀଜୀଙ୍କୁ ପ୍ରିୟ ମିତ୍ର କହି ସମ୍ବୋଧିତ କରିବା ସହ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସୁଦୃଢ଼ କରିବା ପାଇଁ ମୋଦୀଜୀ କରିଥିବା ପ୍ରୟାସକୁ ପ୍ରଶଂସା କରିଥିଲେ ।
ଆମର ଭାରତ ସହିତ ଐତିହାସିକ ଏବଂ ରଣନୈତିକ ସଂପର୍କ ରହିଛି । ମୋର ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦୀ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସୁଦୃଢ଼ କରିବା ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିବାରୁ ତାଙ୍କ ପ୍ରୟାସକୁ ପ୍ରଶଂସା କରି ୟୁଏଇର ରାଷ୍ଟ୍ରପତି ତାଙ୍କୁ ଜାୟଦ ମେଡାଲରେ ସମ୍ମାନିତ କରିଛନ୍ତି ବୋଲି ଲେଖି ଟୁଇଟ୍ କରିଛନ୍ତି ଆବୁ ଧାବିର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ଜାୟଦ ଅଲ ନାହୟାନ ।
Follow Us