ଗୋଟିଏ ମଞ୍ଚରେ ମୋଦୀ, ପୁଟିନ, ଜିନପିଙ୍ଗ, ଶେହବାଜ

ଚୀନ୍‌ର ତିଆନ୍‌ଜିନ୍‌ରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ଶିଖର ସମ୍ମିଳନୀର ପ୍ରଥମ ଦିବସରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ....

adgadgvcz

ତିଆନ୍‌ଜିନ୍‌: ଚୀନ୍‌ର ତିଆନ୍‌ଜିନ୍‌ରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ଶିଖର ସମ୍ମିଳନୀର ପ୍ରଥମ ଦିବସରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏବଂ ଅନ୍ୟ ନେତାମାନେ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ। ତିଆନ୍‌ଜିନ୍‌ରେ ଆନୁଷ୍ଠାନିକ ସ୍ୱାଗତ ସମାରୋହରେ ଏହି ନେତାମାନେ ଏକତ୍ର ଫଟୋ ପାଇଁ ପୋଜ୍‌ ଦେଇଥିଲେ।  ଏବେ ଏହି ଫଟୋ ସାରା ବିଶ୍ୱରେ ଭାଇରାଲ ହେବାରେ ଲାଗିଛି ଏବଂ ରାଜନୈତିକ ବିଶ୍ଳେଷକମାନେ ଏହାର ଅର୍ଥ ଖୋଜିବାରେ ବ୍ୟସ୍ତ ଅଛନ୍ତି।

କୁହାଯାଉଛି ଯେ ଏହି ଗୋଟିଏ ଫଟୋ ଆମେରିକା ସମେତ ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ଏକ କଠୋର ବାର୍ତ୍ତା ଦେଇଛି। ସାଂଘାଇ ସହଯୋଗ ସଂଗଠନ ହେଉଛି ଏକ ୟୁରେସୀୟ  ରାଜନୈତିକ, ଅର୍ଥନୈତିକ ଓ  ନିରାପତ୍ତା ସଂଗଠନ। ୨୦୦୧ ମସିହାରେ ସାଂଘାଇଠାରେ ରୁଷ୍‌, ଚୀନ୍‌, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନକୁ ନେଇ ଏହାର ପ୍ରତିଷ୍ଠା ହୋଇଥିଲା। ପରେ ୨୦୧୭ରେ ଭାରତ ଓ ପାକିସ୍ତାନ ପୂର୍ଣ୍ଣ ସଦସ୍ୟ ହୋଇଥିବା ବେଳେ ୨୦୨୩ରେ ଇରାନ ଏଥିରେ ସାମିଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe