Modi-Putin joint call: ମୋଦୀ-ପୁଟିନଙ୍କ ମିଳିତ ଆହ୍ବାନ: ଆତଙ୍କବାଦ ବିରୋଧରେ ବିଶ୍ବ ଏକାଠି ହେଉ

Advertisment

ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ଓ ରୁଷ୍‌ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି ବୋଲି ଶୁକ୍ରବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ମିଳିତ ବିବୃତିରେ କହିଛନ୍ତି।

ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ଓ ରୁଷ୍‌ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି ବୋଲି ଶୁକ୍ରବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ମିଳିତ ବିବୃତିରେ କହିଛନ୍ତି।

dagdazvvc

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ଓ ରୁଷ୍‌ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି ବୋଲି ଶୁକ୍ରବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ମିଳିତ ବିବୃତିରେ କହିଛନ୍ତି। ଏହା ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହେଉ କିମ୍ବା କ୍ରୋକସ୍ ସିଟି ହଲ୍ ଉପରେ ଭୀରୁତାପୂର୍ଣ୍ଣ ଆକ୍ରମଣ (ମାର୍ଚ୍ଚ ୨୦୨୪ ଆକ୍ରମଣରେ ୧୪୯ ଜଣଙ୍କର ମୃତ୍ୟୁ ଘଟିଥିଲା)- ଏହି ସମସ୍ତ ଘଟଣାର ମୂଳ ସମାନ ବୋଲି ଉଭୟ  ନେତାକହିଛନ୍ତି।

କୌଣସି ଆତଙ୍କବାଦୀ ଆକ୍ରମଣ ମାନବିକତାର ମୂଲ୍ୟବୋଧ ଉପରେ ସିଧାସଳଖ ଆକ୍ରମଣ। ଏହା ବିରୋଧରେ ବିଶ୍ୱ ଏକତା ହେଉଛି ଆମର ସବୁଠାରୁ ବଡ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ  ମୋଦୀ କହିଛନ୍ତି। ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଭାରତର ଉଦ୍ୟମକୁ ମସ୍କୋ ଦୃଢ଼ ସମର୍ଥନ କରିଛି ଏବଂ ପହଲଗାମ ଆକ୍ରମଣରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସର ସମ୍ପୃକ୍ତି ପରେ କଡ଼ା ଜବାବ ଦେଇଛି। ପୁଟିନ କହିଛନ୍ତି, ସମସ୍ତ ପ୍ରକାର ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଏହା ଭାରତ ସହ ଛିଡ଼ା ହୋଇଛି। ଅପରେସନ ସିନ୍ଦୂର ପାଇଁ ମଧ୍ୟ ସେ ଭାରତକୁ ଦୃଢ଼ ସମର୍ଥନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଆଠ ଦଶନ୍ଧି ମଧ୍ୟରେ ବିଶ୍ୱ ଉତ୍ଥାନପତନର ସାକ୍ଷୀ ହୋଇଛି, ମାନବିକତାକୁ ଅନେକ ଆହ୍ବାନ ଓ ସଙ୍କଟ ଦେଇ ଗତି କରିବାକୁ ପଡିଛି। ଏସବୁ ଭିତରେ ଭାରତ-ରୁଷ୍‌ ବନ୍ଧୁତା ଅଟଳ ରହିଛି। ପାରସ୍ପରିକ ସମ୍ମାନ ଓ ବିଶ୍ୱାସରେ ନିହିତ ଏହି ସମ୍ପର୍କ ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି।

ଦିଲ୍ଲୀର ହାଇଦ୍ରାବାଦ ହାଉସରୁ ମୋଦୀ-ପୁଟିନ ଦେଇଥିବା ବିବୃତିରେ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ ଉପରେ ମଧ୍ୟ ଘୋଷଣା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପୁଟିନ ଭାରତକୁ ଇନ୍ଧନର ନିରବଚ୍ଛିନ୍ନ ଯୋଗାଣ ଜାରି ରଖିବାକୁ ନିଶ୍ଚିତ କରିଛନ୍ତି, ଯଦିଓ ଦିଲ୍ଲୀ ରୁଷ୍‌ର ତୈଳ କିଣିବା ବନ୍ଦ କରିବାକୁ ଆମେରିକାର ଚାପର ସମ୍ମୁଖୀନ ହେଉଛି। ଭାରତ ପ୍ରତି ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ, ଭାରତ-ରୁଷ୍‌ ଭାଗୀଦାରିରେ ଶକ୍ତି ସୁରକ୍ଷା ଏକ ଦୃଢ ଓ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। କିନ୍ତୁ ସେ ରୁଷ୍‌ ଓ ଆମେରିକା ବିବାଦ ମଧ୍ୟରେ ତୈଳ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ଉଲ୍ଲେଖ ନ କରି ଆଣବିକ ଓ ସ୍ୱଚ୍ଛ ଶକ୍ତି ଉପରେ କହିଥିଲେ।

ଦୁଇ ଦେଶ ଚାକିରି, ସ୍ୱାସ୍ଥ୍ୟ, ଜାହାଜ ଚଳାଚଳ ଓ ରାସାୟନିକ ପଦାର୍ଥ ମଧ୍ୟରେ ଅନେକ ଚୁକ୍ତିନାମା କରିଥିବା ବେଳେ ସେ ଅର୍ଥନୈତିକ ସହଯୋଗ ଓ ମୁକ୍ତ ବାଣିଜ୍ୟ ଚୁକ୍ତି ବିଷୟରେ ମଧ୍ୟ କହିଥିଲେ। ପୁଟିନ କହିଛନ୍ତି, ଆମେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ ୧୦୦ ବିଲିୟନ ଡଲାରକୁ ବୃଦ୍ଧି କରିବାକୁ ଚାହୁଛୁ। ଅଧିକନ୍ତୁ ଦୁଇ ଦେଶ (ବ୍ରିକ୍ସର ଏକ ଅଂଶ ଭାବରେ) ଆମେରିକୀୟ ଡଲାରର ଏକ ବିଶ୍ୱସ୍ତରୀୟ ବିକଳ୍ପକୁ ପ୍ରୋତ୍ସାହିତ କରିପାରନ୍ତି ବୋଲି କଳ୍ପନାଜଳ୍ପନା ମଧ୍ୟରେ ପୁଟିନ କହିଛନ୍ତି, ଭାରତ, ରୁଷ୍‌ ଦ୍ୱିପାକ୍ଷିକ ଦେୟ ପାଇଁ ଜାତୀୟ ମୁଦ୍ରା ବ୍ୟବହାର ଆଡ଼କୁ ଗତି କରୁଛନ୍ତି। ୟୁକ୍ରେନ ସହ ଯୁଦ୍ଧର ସମାଧାନ ଲାଗି ଉଦ୍ୟମ ପାଇଁ ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପୁଟିନ କହିଛନ୍ତି ଯେ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚାଲିଥିବା ଅଗ୍ରଗତି ବିଷୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି, ଯିଏ ‘ଶାନ୍ତିର ଚାମ୍ପିଅନ’ ଭାବରେ ଭାରତର ସ୍ଥିତିକୁ ନିଶ୍ଚିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe