ମୋଦୀ-ପୁଟିନ କଥାବାର୍ତ୍ତା

Advertisment
ମୋଦୀ-ପୁଟିନ କଥାବାର୍ତ୍ତା

Zee News

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ୟୁକ୍ରେନ ଯୁଦ୍ଧ ସଂକ୍ରାନ୍ତରେ ଉଭୟ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଛନ୍ତି। ତେବେ ୟୁକ୍ରେନ୍‌ ଯୁଦ୍ଧ ସଂକ୍ରାନ୍ତରେ ଭାରତର ପୂର୍ବ ମତରୁ ମୋଦୀ ଓହରିନାହାନ୍ତି। କଥାବାର୍ତ୍ତା ଏବଂ କୂଟନୈତିକ ଉପା‌ୟରେ ମାମଲାର ସମାଧାନ ପାଇଁ ମୋଦୀ ଗୁରୁତ୍ବାରୋପ କରିଛନ୍ତି।

୨୦୨୧ ଡିସେମ୍ବରରେ ପୁଟିନ ଭାରତ ଆସିବା ସମୟରେ ଉଭୟ ରାଷ୍ଟ୍ରନେତା ଯେଉଁ ନିଷ୍ପତ୍ତି ନେଇଥିଲେ ତାହା କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସଂକ୍ରାନ୍ତରେ ସେମାନେ ଆଲୋଚନା କରିଛନ୍ତି। କୃଷି ସାମଗ୍ରୀ, ସାର ଏବଂ ଫାର୍ମା ଉତ୍ପାଦ କ୍ଷେତ୍ରରେ ଦ୍ବିପାକ୍ଷିକ ବାଣିଜ୍ୟ ପାଇଁ ଉଭୟ ନେତା ମତ ରଖିଛନ୍ତି। ଅନ୍ତର୍ଜାତୀୟ ଶକ୍ତି ଏବଂ ଖାଦ୍ୟ ବଜାର ସମେତ ବୈଶ୍ବିକ ପ୍ରସଙ୍ଗ ସଂକ୍ରାନ୍ତରେ ଉଭୟ ରାଷ୍ଟ୍ର‌ନେତା ଆଲୋଚନା କରିଛନ୍ତି। ବୈଶ୍ବିକ ଏବଂ ଦ୍ବିପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ନିୟମିତ ପରାମର୍ଶ ଜାରି ରଖିବାପାଇଁ ରାଜି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରି ୨୪ରେ ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା‌ ପରଠାରୁ ଏଯାବତ ଉଭୟ ରୁଷ୍‌ ଏବଂ ୟୁକ୍ରେନ୍‌କୁ ଶାନ୍ତି ରକ୍ଷା ପାଇଁ ଏବଂ ହିଂସା ଶେଷ କରିବାପାଇଁ ମୋଦୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe