ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୩ ଦିନ ପରେ ଆଜି ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାମ୍ନାସାମ୍ନି ହୋଇଥିଲେ। କିନ୍ତୁ କେହି କାହା ସହ କଥା ନହୋଇ ନିଜ ରାସ୍ତାରେ ଚାଲିଯାଇଥିଲେ। ୧୭ ବର୍ଷ ପୂର୍ବେ ସଂସଦ ଉପରେ ହୋଇଥିବା ଆକ୍ରମଣ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନିମିତ୍ତ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ନେତା ସାମିଲ ହୋଇଥିଲେ। ସଂଯୋଗବଶତଃ ଉଭୟ ପରସ୍ପରର ନିକଟକୁ ଚାଲିଆସିଥିଲେ।
ସଂସଦରେ ମୋଦୀ-ରାହୁଲ ଭେଟ, କଥା ନହୋଇ ଚାଲିଗଲେ
Advertisment
Follow Us