ନିର୍ବାଚନକୁ ଆଉ ୫ ଦିନ, ଦିଲ୍ଲୀରେ ମୋଦୀଙ୍କ ବିଶାଳ ରୢାଲି

ନିର୍ବାଚନକୁ ଆଉ ୫ ଦିନ, ଦିଲ୍ଲୀରେ ମୋଦୀଙ୍କ ବିଶାଳ ରୢାଲି

Hindustan Times

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୫ ଦିନ ବାକିଥିବାବେଳେ ବିଜେପିର ତାରକା ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ବିଶାଳ ରୢାଲି କରିଛନ୍ତି। ଦିଲ୍ଲୀର କଡ଼କଡ଼ଡୁମାରେ ପ୍ରଥମ ନିର୍ବାଚନୀ ରୢାଲିରେ ଉଦ୍‌ବୋଧନ ଦେଇ ମୋଦୀ ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦୋଳନ ପ୍ରସଙ୍ଗରେ ତାଙ୍କ ନିରବତା ଭାଙ୍ଗିଛନ୍ତି। ବିରୋଧୀ ଦଳଙ୍କ ଉପରେ ପ୍ରବଳ ବର୍ଷି ମୋଦୀ କହିଛନ୍ତି, ସିଲମପୁର, ଶାହିନ ବାଗ୍‌ ଏବଂ ଜାମିଆରେ ସିଏଏ ଆନ୍ଦୋଳନ ଆଦୌ ସଂଯୋଗବଶତଃ ନୁହେଁ ବରଂ ଏହା ଏକ ପ୍ରୟୋଗ । ସରକାରଙ୍କୁ ବଦନାମ କରିବାପାଇଁ ଏହା ଏକ ଯୋଜନାବଦ୍ଧ ପ୍ରୟାସ। ଦିଲ୍ଲୀରେ ଭୋଟ୍‌ ବ୍ୟାଙ୍କ୍‌ ରାଜନୀତି ପାଇଁ ଆପ୍‌ ଏବଂ କଂଗ୍ରେସକୁ ଦାୟୀ କରି ମୋଦୀ କହିଛନ୍ତି, ଯେଉଁମାନେ ଭାରତକୁ ଖଣ୍ଡଖଣ୍ଡ କରିବାକୁ ଚାହୁଛନ୍ତି ଏହି ଲୋକମାନେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ଯଦି ଏକ ଆଇନ ବିରୋଧରେ ଆନ୍ଦୋଳନ ‌ହେଉଛି ତେବେ ସରକାରଙ୍କ ଆଶ୍ବାସନା ଏବଂ ପ୍ରତିଶ୍ରୁତି ପରେ ଏହା ବନ୍ଦ ହୋଇଯିବା ଉଚିତ୍‌ କିନ୍ତୁ ଆପ୍‌ ଏବଂ କଂଗ୍ରେସ ଲୋକମାନଙ୍କୁ ଅଧିକ ଉତ୍ତେଜିତ କରୁଛନ୍ତି ବୋଲି ମୋଦୀ କହିଛନ୍ତି। ଚଳିତ ନିର୍ବ‌ାଚନ ଦିଲ୍ଲୀର ଭାଗ୍ୟ ନିର୍ଦ୍ଧାରଣ କରିବ। ଯଦି ଜନସାଧାରଣ ଦିଲ୍ଲୀକୁ ସୁରକ୍ଷିତ ରଖିବାକୁ ଚାହାନ୍ତି ଏବଂ ଦିଲ୍ଲୀର ଭାଗ୍ୟ ବଦଳାଇବାକୁ ଚାହାନ୍ତି ତେବେ ବିଜେପିକୁ ଭୋଟ୍‌ ଦେବାପାଇଁ ମୋଦୀ ଅନୁରୋଧ କରିଛନ୍ତି । ଆପ୍‌ ସରକାର ବିରୋଧରେ ବର୍ଷି ମୋଦୀ କହିଛନ୍ତି, ଏହା ଗରିବଙ୍କୁ ଘର ଦେବାକୁ ଚାହୁନି , ସେଥିପାଇଁ ଏହା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଅଟକାଇ ରଖିଛି। ବିଜେପି ଯଦି କ୍ଷମତାକୁ ଆସେ ତେବେ ଏହା ବେଆଇନ କଲୋନି ଗୁଡ଼ିକୁ ନିୟମିତ କରିବ ଏବଂ ୨୦୨୨ ସୁଦ୍ଧ‌ା ସମସ୍ତ ଗୃହହୀନଙ୍କୁ ଗୃହ ମିଳିବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe