ପାଲେଷ୍ଟାଇନରେ ପ୍ରଥମ ଥର ପହଞ୍ଚିଲେ ଭାରତୀୟ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଭବନରେ ମୋଦିଙ୍କୁ ମିଳିଲା ଗାର୍ଡ ଅଫ୍‌ ଅନର

ମୋଦି କହିଲେ, ଏହି ଗସ୍ତ ଉଭୟ ଦେଶର ସମ୍ପର୍କକୁ ଶକ୍ତିଶାଳୀ କରିବ

ପାଲେଷ୍ଟାଇନରେ ପ୍ରଥମ ଥର ପହଞ୍ଚିଲେ ଭାରତୀୟ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଭବନରେ ମୋଦିଙ୍କୁ ମିଳିଲା ଗାର୍ଡ ଅଫ୍‌ ଅନର

ରମଲ୍ଲା: ଚାରି ଦିନିଆ ପଶ୍ଚିମ ଏସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରଥମଥର ପାଇଁ ପାଲେଷ୍ଟାଇନରେ ପହଞ୍ଚିଛନ୍ତି। ପାଲେଷ୍ଟାଇନ ଯାତ୍ରା କରିବାରେ ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇ ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ମୋଦି ଜୋର୍ଡାନର ରାଜଧାନୀ ଉମ୍ମାନ ପହଞ୍ଚି ଥିଲେ। ଏହା ପରେ ଆଜି ସେ ପାଲେଷ୍ଟାଇନର ରାଜଧାନୀ ରମଲ୍ଲା ପହଞ୍ଚିଛନ୍ତି। ଏଠାରେ ରାଷ୍ଟ୍ରପତି ମହମ୍ମଦ ଅବ୍ଦାସ ପ୍ରଟୋକଲ ଭାଙ୍ଗି ମୋଦିଙ୍କୁ ସ୍ୱାଗତ କରିଥିଲେ।

ରମଲ୍ଲାରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ମୋଦି ସର୍ବ ପ୍ରଥମେ ସ୍ୱର୍ଗତ ପାଲେଷ୍ଟାଇନ ନେତା ୟାସେର ଅାରାଫତଙ୍କ ସମାଧୀ ସ୍ଥଳ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ସମୟରେ ମୋଦିଙ୍କ ସହିତ ରାଷ୍ଟ୍ରପତି ମହମ୍ମଦ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ମୋଦିଙ୍କୁ ରାଷ୍ଟ୍ରପତି ମହମ୍ମଦ ଅବ୍ଦାସ ଔପଚାରିକ ଭାବରେ ସ୍ୱାଗତ କରିଥିଲେ। ଏଥି ସହିତ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ପୂର୍ବରୁ ମୋଦି ରାମଲ୍ଲାହ ପହଞ୍ଚିବା ପରେ ଆରବୀ ଭାଷାରେ ଟୁଇଟ କରିଥିଲେ। ସେ ଟୁଇଟରରେ ଲେଖିଛନ୍ତି, ପାଲେଷ୍ଟାଇନର ଏହି ଐତିହାସିକ ଯାତ୍ରା ଉଭୟ ଦେଶର ସହଯୋଗକୁ ଶକ୍ତିଶାଳୀ କରିବ। ସୂଚନାଯୋଗ୍ୟ ୩୦ ବର୍ଷ ତଳେ ପାଲେଷ୍ଟାଇନ ସ୍ୱାଧୀନତା ହାସଲ କରିଛି ଓ ଏହାରି ଭିତରେ ପୂର୍ବରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଯାତ୍ରା କରି ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe