୨ଦିନିଆ ଗସ୍ତରେ ବାରାଣାସୀ ପହଞ୍ଚିଲେ ମୋଦି, ୧୭ଟି ପ୍ରକଳ୍ପର ହେବ ଶୁଭାରମ୍ଭ

୨ଦିନିଆ ଗସ୍ତରେ ବାରାଣାସୀ ପହଞ୍ଚିଲେ ମୋଦି, ୧୭ଟି ପ୍ରକଳ୍ପର ହେବ ଶୁଭାରମ୍ଭ

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗସ୍ତରେ ଶୁକ୍ରବାର ନିଜର ସଂସଦୀୟ ଅଞ୍ଚଳ ବାରାଣାସୀ ପହଞ୍ଚିଛନ୍ତି। ସେ ଏଠାରେ ୧୭ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଦୈନନ୍ଦିନ ସୁବିଧା, ରେଳ, ବସ୍ତ୍ର, ଆର୍ଥିକ ସମାବେଶ, ପରିବେଶ ଓ ସ୍ୱଚ୍ଛତା, ପଶୁପାଳନ, ସଂସ୍କୃତି ଓ ଆଧ୍ୟାତ୍ମିକତା ସହିତ ଜଡ଼ିତ କାର୍ଯ୍ୟକ୍ରମରେ ମୋଦି ସାମିଲ ହେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସନ୍ଧ୍ୟାରେ ମାଁ ଦୁର୍ଗାଙ୍କର ପୂଜା କରିବାର କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟକ୍ରମ ଅନୁସାରେ ମୋଦି ସନ୍ଧ୍ୟା ୫ଟା ୪୦ରୁ ୬ଟା ୩୦ ମଧ୍ୟରେ ଡେରେକା ଗେଷ୍ଟ ହାଉସରେ ଦଳୀୟ କର୍ମୀଙ୍କୁ ଭେଟିବେ। ସେହିପରି ୭ଟା ୩୦ରେ ତୁଳସୀ ମାନସ ମନ୍ଦିର ଯାଇ ଦୁର୍ଗାଙ୍କୁ ପୂଜା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe