ରାଜୀବ ଗାନ୍ଧୀ ବଦଳାଇଥିଲେ, ମୋଦୀ ଫେରାଇଦେଲେ

ରାଜୀବ ଗାନ୍ଧୀ ବଦଳାଇଥିଲେ, ମୋଦୀ ଫେରାଇଦେଲେ

photo-indiatoday

ନୂଆଦିଲ୍ଲୀ: ବୁଧବାର ମୋଦୀ ସରକାର ନୂତନ ଜାତୀୟ ଶିକ୍ଷା ନୀତିକୁ ଅନୁମୋଦନ ଦେଇଥିଲେ । ଏହା ସହ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ଶିକ୍ଷା ମନ୍ତ୍ରଣାଳୟକୁ ବଦଳାଇବା ପ୍ରସ୍ତାବକୁ ମଧ୍ୟ ମୋଦୀଙ୍କ କ୍ୟାବିନେଟ ଅନୁମୋଦନ କରିଛି। ତେବେ ଆପଣ ଜାଣିଛନ୍ତି କି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରାଯାଇ ନାହିଁ ବରଂ ପୁରୁଣା ନାମକୁ ଫେରାଇ ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ୩୫ ବର୍ଷ ପୂର୍ବେ ୧୯୮୫ରେ ରାଜୀବ ଗାନ୍ଧୀ ସରକାର ଶିକ୍ଷା ମନ୍ତ୍ରଣାଳୟର ନାମକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟରେ ପରିବର୍ତ୍ତନ କରିଥିଲେ।

ବାସ୍ତବରେ, ୧୯୮୪ରେ ପ୍ରଧାନମନ୍ତ୍ରୀ ହେବା ପରେ ରାଜୀବ ଗାନ୍ଧୀ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଏବଂ ନୂତନତ୍ୱ କରିବାକୁ ଚାହୁଁଥିଲେ। ସେହି ସମୟରେ ସେ ଅନେକ ପରାମର୍ଶଦାତାଙ୍କ କଥାକୁ ଗୁରୁତ୍ୱ ଦେଉଥିଲେ | ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସେହି ପରାମର୍ଶ ମଧ୍ୟରୁ ଗୋଟିଏକୁ ଗ୍ରହଣ କରି ଶିକ୍ଷା ମନ୍ତ୍ରଣାଳୟର ନାମ ବଦଳାଇଲେ। ସେହି ସମୟରେ ଯୁକ୍ତି ଦର୍ଶାଯାଇଥିଲା ଯେ ଦେଶରେ ଉନ୍ନତ ଶିକ୍ଷା ବ୍ୟବସ୍ଥା ପାଇଁ ଶିକ୍ଷା ସହ ଜଡିତ ସମସ୍ତ ବିଭାଗକୁ ଗୋଟିଏ ଛାତ ତଳେ ଅଣାଯିବା ଉଚିତ।

ଏହା ପରେ ୨୬ ସେପ୍ଟେମ୍ବର ୧୯୮୫ ରେ ଶିକ୍ଷା ମନ୍ତ୍ରଣାଳୟର ନାମ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଭାବରେ ନାମିତ ହେଲା ଏବଂ ପିଭି ନରସିଂହ ରାଓଙ୍କୁ ସେହି ବିଭାଗର ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା। ସେତେବେଳେ ସଂସ୍କୃତି, ଯୁବ ଏବଂ କ୍ରୀଡା ଭଳି ବିଭାଗ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଅଣାଯାଇଥିଲା ଏବଂ ସେମାନଙ୍କୁ ରାଜ୍ୟ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ଏପରିକି ମହିଳା ଓ ଶିଶୁ ବିକାଶ ବିଭାଗ, ଯାହାକି ୩୦ ଜାନୁଆରୀ ୨୦୦୬ ଠାରୁ ଅଲଗା ମନ୍ତ୍ରଣାଳୟ ହେଲା, ସେତେବେଳେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଏକ ବିଭାଗ ଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe