‘ଅନୁପ୍ରବେଶକାରୀ’ ମନ୍ତବ୍ୟ ଦୋହରାଇଲେ ମୋଦୀ

Advertisment

‘ଆମେ ହଜ୍ କୋଟା ବୃଦ୍ଧି କରିଛୁ, ତିନି ତଲାକର ଅନ୍ତ ଘଟାଇଛୁ’

‘ଆମେ ହଜ୍ କୋଟା ବୃଦ୍ଧି କରିଛୁ, ତିନି ତଲାକର ଅନ୍ତ ଘଟାଇଛୁ’

ପିଏସ୍‌ୟୁ ସେୟାରରୁ ଏବେ ଭଲ ରିଟର୍ଣ୍ଣ ମିଳୁଛି: ମୋଦୀ

Image Courtesy of Times of India

ନୂଆଦିଲ୍ଲୀ: ମୁସଲମାନଙ୍କ ବିରୋଧରେ ‘ଅନୁପ୍ରବେଶକାରୀ’ ମନ୍ତବ୍ୟକୁ ନେଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁଣି ଏହାକୁ ଦେହରାଇ କହିଛନ୍ତି ଯେ ସେ ସତ୍ୟ ହିଁ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ ଦେଶର ସମ୍ବଳ ଉପରେ ମୁସଲମାନଙ୍କର ପ୍ରଥମ ଦାବି ରହିବା ଉଚିତ। ମୁଁ ଉକ୍ତ ବୈଠକରେ ଉପସ୍ଥିତ ଥିଲି ଯେଉଁଠାରେ ସେ ଏହା କହିଥିଲି। ସେ ଥରେ ନୁହେଁ ଏକାଧିକ ଥର ଏହା କହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୦୪ରେ କ୍ଷମତାକୁ ଆସିବା ପରେ କଂଗ୍ରେସ ପ୍ରଥମ ଥର ପାଇଁ ଏସ୍‌ସି-ଏସ୍‌ଟି ଓ ଓବିସି ସଂରକ୍ଷଣ ଛଡ଼ାଇନେଇ ମୁସଲମାନମାନଙ୍କୁ ଦେବାର ପାଇଲଟ ପ୍ରୋଜେକ୍ଟ ହାତକୁ ନେଇଥିଲା। କଂଗ୍ରେସ ଏହି ପ୍ରକଳ୍ପକୁ ସମଗ୍ର ଦେଶରେ ଲାଗୁ କରିବାକୁ ଚାହୁଥିଲା। କିନ୍ତୁ ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରି ନ ଥିଲା ବୋଲି ସେ କହିଛନ୍ତି।

ମୁସଲମାନଙ୍କୁ ଅନୁପ୍ରବେଶକାରୀଙ୍କ ସହ ତୁଳନା କରି କଂଗ୍ରେସ ଓ ସଂଖ୍ୟାଲଘୁଙ୍କ ଆକ୍ରୋଶର ଶିକାର ହୋଇଥିବା ମୋଦୀ ସୋମବାର ସେମାନଙ୍କ ଅସନ୍ତୋଷକୁ ଶାନ୍ତ କରିବାକୁ ଚେଷ୍ଟା କରି କହିଛନ୍ତି, ଆମେ ତିନି ତଲାକ ବିରୋଧରେ ଆଇନ ତିଆରି କରି ମୁସଲମାନ ଝିଅମାନଙ୍କ ଜୀବନ ରକ୍ଷା କରିଛୁ। ମୁଁ ସାଉଦି ଆରବର କ୍ରାଉନ ପ୍ରିନ୍ସଙ୍କୁ ଭାରତୀୟ ମୁସଲମାନଙ୍କ ପାଇଁ ହଜ୍ କୋଟା ବୃଦ୍ଧି କରିବାକୁ ଅନୁରୋଧ କରିଥିଲି। ଆମେ ହଜ୍ ଯାତ୍ରା କରୁଥିବା ମୁସଲମାନଙ୍କ ପାଇଁ ଭିସା ନିୟମକୁ ମଧ୍ୟ କୋହଳ କରିଛୁ। ଆମ ସରକାର ମହିଳାମାନଙ୍କୁ ବିନା ମହରମରେ ହଜ୍ ଯାତ୍ରା କରିବାକୁ ସକ୍ଷମ କରିଛନ୍ତି। ଏଥିପାଇଁ ମୋର ମୁସଲମାନ ଭଉଣୀମାନେ ମୋ ଉପରେ ଆଶୀର୍ବାଦ ବର୍ଷା କରୁଛନ୍ତି ବୋଲି ଏକ ସାଧାରଣ ସଭାରେ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
କଂଗ୍ରେସ କ୍ଷମତାକୁ ଆସିଲେ ମହିଳାଙ୍କ ‘ସ୍ତ୍ରୀଧନ’ ଓ ମଙ୍ଗଳସୂତ୍ର ଛଡ଼ାଇ ନେଇ ଅନ୍ୟମାନଙ୍କ ମଧ୍ୟରେ ବଣ୍ଟନ କରିବ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ଦୁଇ-ତିନି ଦିନ ତଳେ ମୁଁ କଂଗ୍ରେସର ଭୋଟ୍ ବ୍ୟାଙ୍କ ଓ ତୁଷ୍ଟୀକରଣ ରାଜନୀତିକୁ ପଦାରେ ପକାଇଥିଲି।

କଂଗ୍ରେସ ମୋ ଉପରେ ଏତେ ରାଗିଯାଇଥିଲା ଯେ, ମୋତେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲା। ସେ କହିଛନ୍ତି, କଂଗ୍ରେସ ଆପଣଙ୍କ ସମ୍ପତ୍ତିର ଏକ୍ସ-ରେ କରିବ ବୋଲି ସେମାନଙ୍କ ନେତା କହିଥିଲେ। ଏପରିକି ସେମାନେ ସେମାନଙ୍କ ଇସ୍ତାହାରରେ ଉଲ୍ଲେଖ କରିଛନ୍ତି ଯେ ସେମାନେ ଆପଣଙ୍କ ସମ୍ପତ୍ତି ଏବଂ ଆପଣଙ୍କ ମହିଳାମାନେ ପିନ୍ଧିଥିବା ଅଳଙ୍କାରର ସର୍ଭେ କରିବେ। ଯଦି ଆପଣଙ୍କ ପାଖରେ ଜାର୍‌ରେ କିଛି ଅଛି, ତେବେ ତାହାର ଏକ୍ସ-ରେ କରାହେବ। ଯଦି ଆପଣଙ୍କର ଦୁଇଟି ଘର ଅଛି, ତେବେ ସେମାନେ ଆପଣଙ୍କ ସମ୍ପତ୍ତିର ଏକ୍ସ-ରେ କରିବେ ଏବଂ ଗୋଟିଏ ଘର ଛଡ଼ାଇନେବେ। ଫେବ୍ରୁଆରି ମାସରେ ରାହୁଲ ଗାନ୍ଧୀ ‘ଜାତି ସର୍ବେକ୍ଷଣ ହେଉଛି ସାମାଜିକ ଏକ୍ସ-ରେ’ ବୋଲି ଦେଇଥିବା ମନ୍ତବ୍ୟକୁ ସେ ଉଲ୍ଲେଖ କରିଛନ୍ତି। ଭୋଟ୍ ବ୍ୟାଙ୍କ ରାଜନୀତିରେ କଂଗ୍ରେସ ସମ୍ପୂର୍ଣ୍ଣ ବୁଡ଼ି ରହିଛି। କଂଗ୍ରେସ ହିନ୍ଦୁ ବିରୋଧୀ। କଂଗ୍ରେସଶାସିତ ରାଜ୍ୟଗୁଡ଼ିକରେ ହନୁମାନ ଚାଳୀସା ଶୁଣିବା ଏବଂ ନିଜ ବିଶ୍ୱାସ ପାଳନ କରିବା ଅପରାଧରେ ପରିଣତ ହୋଇଛି। କର୍ଣ୍ଣାଟକରେ ହନୁମାନ ଚାଳୀସା ଶୁଣିବାରୁ ଜଣେ ଦୋକାନୀଙ୍କୁ ମାଡ଼ ମାରିବା ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ଉଠାଇଥିଲେ। ଯେଉଁମାନେ ଅଯୋଧ୍ୟା ରାମମନ୍ଦିର ନିର୍ମାଣକୁ ବିରୋଧ କରିଥିଲେ ଏବଂ ‘ପ୍ରାଣପ୍ରତିଷ୍ଠା’ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେମାନଙ୍କ ଅନୁଗାମୀମାନେ ହନୁମାନ ଚାଳୀସା ଶୁଣୁଥିବା ଲୋକଙ୍କୁ ମାଡ଼ ମାରୁଛନ୍ତି। ଏହା କଂଗ୍ରେସର ହିନ୍ଦୁ ବିରୋଧୀ ନୀତିର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe