ଜାତୀୟ ପ୍ରସ୍ତୁତି ସମୀକ୍ଷା କଲେ ମୋଦୀ: ବିଭିନ୍ନ ବିଭାଗର ସଚିବମାନଙ୍କ ସହ ବୈଠକ, ମିଛ ଖବରର ମୁକାବିଲା ଉପରେ ଗୁରୁତ୍ବାରୋପ

Advertisment

ଏପ୍ରିଲ ୨୨ ପହଲଗାମ ଆକ୍ରମଣର ଜବାବ ଦେଇ ଭାରତ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିବା ପରେ ଭାରତ-ପାକ୍‌ ଲଢ଼େଇ ଭୀଷଣ ରୂପ ନେଇଛି। ପାକିସ୍ତାନ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ଉଦ୍ୟମ କରିଥିବା ବେଳେ ଭାରତ ଏବେ ଏହାର ସମସ୍ତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ପୂର୍ଣ୍ଣ ସକ୍ରିୟ କରିଛି।

ଏପ୍ରିଲ ୨୨ ପହଲଗାମ ଆକ୍ରମଣର ଜବାବ ଦେଇ ଭାରତ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିବା ପରେ ଭାରତ-ପାକ୍‌ ଲଢ଼େଇ ଭୀଷଣ ରୂପ ନେଇଛି। ପାକିସ୍ତାନ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ଉଦ୍ୟମ କରିଥିବା ବେଳେ ଭାରତ ଏବେ ଏହାର ସମସ୍ତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ପୂର୍ଣ୍ଣ ସକ୍ରିୟ କରିଛି।

fgfgvbvbbv

ନୂଆଦିଲ୍ଲୀ: ଏପ୍ରିଲ ୨୨ ପହଲଗାମ ଆକ୍ରମଣର ଜବାବ ଦେଇ ଭାରତ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିବା ପରେ ଭାରତ-ପାକ୍‌ ଲଢ଼େଇ ଭୀଷଣ ରୂପ ନେଇଛି। ପାକିସ୍ତାନ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ଉଦ୍ୟମ କରିଥିବା ବେଳେ ଭାରତ ଏବେ ଏହାର ସମସ୍ତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ପୂର୍ଣ୍ଣ ସକ୍ରିୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ସରକାରୀ ବିଭାଗ ଏବଂ ମନ୍ତ୍ରାଳୟଗୁଡ଼ିକର ସଚିବମାନଙ୍କ ସହ  ‌ବୈଠକ କରିଛନ୍ତି।  ପାକିସ୍ତାନର ଆକ୍ରମଣ ଧମକ ପରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ମୋଦୀ ଆଜିର ବୈଠକରେ ଜାତୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଜରୁରୀ ସ୍ଥିତିର ମୁକାବିଲା ଦେଶ କିଭଳି କରିବ ସେନେଇ ମୋଦୀ ସମସ୍ତ ସରକାରୀ ବିଭାଗର ସଚିବମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ମୋଦୀ ପରିଚାଳନାଗତ ନିରନ୍ତରତା ଏବଂ ଆନୁଷ୍ଠାନିକ ସ୍ଥିରତା ବଜାୟ ରଖିବା ପାଇଁ ସମନ୍ବୟ ରକ୍ଷା କରିବାକୁ ଆହ୍ବାନ କରିଛନ୍ତି।  

ବିଭିନ୍ନ ବିଭାଗର ସଚିବମାନଙ୍କ ସହ ବୈଠକ
ପରିଚାଳନାଗତ ନିରନ୍ତରତା ଓ ସ୍ଥିରତା ବଜାୟ ରଖିବାକୁ ଆହ୍ବାନ
ମିଛ ଖବରର ମୁକାବିଲା ଉପରେ ଗୁରୁତ୍ବାରୋପ

ବେସାମରିକ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଭୁଲ ସୂଚନା ଓ ମିଥ୍ୟା ଖବରର ମୁକାବିଲା ପାଇଁ ପ୍ରୟାସ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମନ୍ତ୍ରାଳୟଗୁଡ଼ିକ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟ ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ସହ ରାଜ୍ୟ କର୍ତ୍ତୃପକ୍ଷ ଏବଂ ତୃଣମୂଳ ସ୍ତରର ଅନୁଷ୍ଠାନମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ କ୍ୟାବିନେଟ୍‌ ସଚିବ ଯୋଗ ଦେଇଥିଲେ।  ପ୍ରତିରକ୍ଷା, ଗୃହ ବ୍ୟାପାର, ବିଦେଶ ବ୍ୟାପାର, ସୂଚନା ଏବଂ ପ୍ରସାରଣ, ଶକ୍ତି, ସ୍ବାସ୍ଥ୍ୟ ଏବଂ ‌ଗଣ‌ଯୋଗାଯୋଗ ମନ୍ତ୍ରାଳୟର ସଚିବମାନେ ଏହି ବୈଠକରେ ଯୋଗ ଦେଇଥିଲେ। ମନ୍ତ୍ରାଳୟ ମଧ୍ୟରେ ଯୋଜନା, ପ୍ରସ୍ତୁତି ଏବଂ ସମନ୍ୱୟର ସମୀକ୍ଷା କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରାଳୟ ଏବଂ ବିଭାଗର ସଚିବମାନଙ୍କୁ ସେମାନଙ୍କ ମନ୍ତ୍ରାଳୟର କାର୍ଯ୍ୟକଳାପର ବ୍ୟାପକ ସମୀକ୍ଷା କରିବା ଏବଂ ଅତ୍ୟାବଶ୍ୟକ ବ୍ୟବସ୍ଥାକୁ ପୂର୍ଣ୍ଣ ଦକ୍ଷତାର ସହ ସକ୍ରିୟ ରଖିବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦେଶ ଏକ ସମ୍ବେଦନଶୀଳ ସମୟ ଦେଇ ଗତି କରୁଥିବାରୁ ନିରନ୍ତର ସତର୍କତା, ଅନୁଷ୍ଠାନିକ ସମନ୍ୱୟ ଏବଂ ସ୍ପଷ୍ଟ ଯୋଗାଯୋଗ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe