ମୋଦୀ, ଶାହ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି: ସୋନିଆ

Advertisment
ପ୍ରଧାନମନ୍ତ୍ରୀଙ୍କୁ ୨୦୮ ଶିକ୍ଷାବିତ୍‌ଙ୍କ ପତ୍ର: ଶୈକ୍ଷିକ ପରିବେଶକୁ ନଷ୍ଟ କରୁଛନ୍ତି ବାମପନ୍ଥୀ ସଂଗଠନ

Image Source: Zee News

ନୂଆଦିଲ୍ଲୀ: ସିଏଏ ଏବଂ ଏନ୍‌ଆର୍‌ସି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ‌ଶାହ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ସରକାରୀ କଳ ଲୋକଙ୍କ ସ୍ବରକୁ ଚପାଇ ଦେଉଛି ଏବଂ ହିଂସା ସୃଷ୍ଟି କରୁଥିବାବେଳେ ସରକାରଙ୍କର ଏହା ପ୍ରତି ସମ୍ବେଦନଶୀଳତା ନାହିଁ ବୋଲି କଂଗ୍ରେସ ସଭାପତି ସୋନିଆ ଗାନ୍ଧି କହିଛନ୍ତି। ପାର୍ଲାମେଣ୍ଟ ପରିସରରେ ଆୟୋଜିତ ୨୦ଟି ବିରୋଧୀ ଦଳର ବୈଠକରେ ଉଦ୍‌ବୋଧନ ଦେଇ ସୋନିଆ କହିଛନ୍ତି, ଦେଶବ୍ୟାପୀ ସ୍ବତଃସ୍ପୂର୍ତ୍ତ ଭାବେ ଯୁବବର୍ଗ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାକୁ ସମାଜର ସବୁ ବର୍ଗର ଲୋକେ ସମର୍ଥନ କରୁଛନ୍ତି। ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରେ ଛାତ୍ର ଏବଂ ଆନ୍ଦୋଳନକାରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସୋନିଆ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ କିଛିଦିନ ପୂର୍ବେ ଯେଉଁ ମନ୍ତବ୍ୟ ଦେଇଥିଲେ ଏବେ ତାହାର ବିପରୀତ କଥା କହୁଛନ୍ତି। ମୋଦୀ-ଶାହଙ୍କ ଆଭିମୁଖ୍ୟ ଏବେ ପଦାରେ ପଡ଼ିଯାଇଛି। ବିଭିନ୍ନ ବିଶ୍ବବିଦ୍ୟାଳୟରେ ବିଜେପି ପ୍ରାୟୋଜିତ ହିଂସାକୁ ଦେଶବାସୀ ଦେଖିଛନ୍ତି। ଆସାମରେ ଏନ୍‌ଆର୍‌ସି ସରକାରଙ୍କ ପାଇଁ ବୁମେରାଂ ହୋଇଥିବାବେଳେ ମୋଦୀ-ଶାହ ସରକାର ଏବେ ଏନ୍‌ପିଆର୍‌ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ବୋଲି ସୋନିଆ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe