ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତରପ୍ରଦେଶର ଭଦୋହିରେ ଏକ ସାଧାରଣ ସଭା କରିଛନ୍ତି। ଏହି ସମୟରେ ସେ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଉପରେ ଜୋରଦାର ବର୍ଷିଥିଲେ | ମୋଦୀ ଅଖିଳେଶ ଓ ମମତାଙ୍କ ମଧ୍ୟରେ ହୋଇଥିବା ମେଣ୍ଟ ସହ ୨୦୧୯ରେ ବହୁଜନ ସମାଜ ପାର୍ଟି ସହ ହୋଇଥିବା ମେଣ୍ଟକୁ ନେଇ ମଧ୍ୟ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ମୁଁ ସମାଜବାଦୀ ପାର୍ଟିର ରାଜକୁମାରଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛି। ଯଦି ପିଉସୀ ତୁମର ଏତେ ଖାସ ଯେ ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗରୁ ଆସିଛନ୍ତି | କିନ୍ତୁ ତୁମେ କେବେ ପିଉସୀଙ୍କୁ ପଚାରିଲ କି ଯେ ସେ କାହିଁକି ପଶ୍ଚିମବଙ୍ଗରେ କାମ କରୁଥିବା ଉତ୍ତରପ୍ରଦେଶ ଓ ବିହାରର ଲୋକଙ୍କୁ ପରଦେଶୀ ବୋଲି ଡାକନ୍ତି?
ମୋଦୀ କହିଛନ୍ତି ଯେ ଦିନେ ଏମିତି ସମୟ ଥିଲା ଯେତେବେଳେ ଅଖିଳେଶ ପ୍ରଥମ ପିଉସୀ(ମାୟାବତୀ)ଙ୍କ ସହ ମେଣ୍ଟ କରିଥିଲେ | ସେ ଛାଡ଼ିଦେବା ପରେ ଏବେ ଅଖିଳେଶ ପଶ୍ଚିମବଙ୍ଗରୁ ନୂଆ ପିଉସୀଙ୍କୁ ଆଣିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମାଜବାଦୀ ପାର୍ଟିର ସରକାର ଥିବା ସମୟରେ ପ୍ରତ୍ୟେକ ଜିଲ୍ଲାରେ ଗୋଟେ ଗୋଟେ ମାଫିଆ ସାମ୍ରାଜ୍ୟକୁ ବଣ୍ଟାଯାଇଥିଲା | ସେମାନେ ପ୍ରତ୍ୟେକ ଜିଲ୍ଲାର ବିଭିନ୍ନ ମାଫିଆଙ୍କ ସହ ଚୁକ୍ତି କରିଥିଲେ | କିନ୍ତୁ ଯୋଗୀ ଜୀ ଆସିବା ପରେ ଏଠାରେ ସମଗ୍ର ପରିବେଶ ବଦଳି ଯାଇଛି | ବର୍ତ୍ତମାନ ଜନସାଧାରଣ ଭୟଭୀତ ନୁହଁନ୍ତି, ମାଫିଆ ଭୟଭୀତ ଅଛନ୍ତି |
Follow Us