Image Courtesy of Outlook India
ନୂଆଦିଲ୍ଲୀ : ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ହିରୋସିମାରେ ପହଞ୍ଚିଛନ୍ତି। ଏହି ସାକ୍ଷାତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଜାପାନୀ ଗଣମାଧ୍ୟମ ନିକ୍କି ଏସିଆକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଭାରତ ପାକିସ୍ତାନ ସହିତ ସ୍ୱାଭାବିକ ଏବଂ ପଡ଼ୋଶୀ ସମ୍ପର୍କ ଚାହୁଁଛି, କିନ୍ତୁ ଆତଙ୍କବାଦ ମୁକ୍ତ ବାତାବରଣ ସୃଷ୍ଟି କରିବା ଏବଂ ଅନୁକୂଳ ବାତାବରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଇସଲାମାବାଦର ଦାୟିତ୍ୱ ।
ଆତଙ୍କବାଦ ଏବଂ ଶତ୍ରୁତାମୁକ୍ତ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାକିସ୍ତାନର ଦାୟିତ୍ବ ବୋଲି ସେ କହିଛନ୍ତି । ସୀମାପାର ଆତଙ୍କବାଦକୁ ପାକିସ୍ତାନ ପକ୍ଷରୁ ବାରମ୍ବାର ସମର୍ଥନ ମିଳୁଥିବାରୁ ଭାରତ ଚିନ୍ତା ପ୍ରକଟ କରିଛି । ଏବଂ ଆତଙ୍କବାଦ ଏବଂ ଆଲୋଚନା ଏକାଠି ହୋଇପାରିବ ନାହିଁ ବୋଲି ଗୁରୁତ୍ୱାରୋପ କରିଥିଲେ ।
ଚଳିତ ମାସ ପ୍ରାରମ୍ଭରେ ଗୋଆରେ ଅନୁଷ୍ଠିତ ଏସସିଓ ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଯୋଗ ଦେଇଥିଲେ। କିନ୍ତୁ ସେହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ କୌଣସି ଆଲୋଚନା ହୋଇନଥିଲା ।
ଏହି ସାକ୍ଷାତକାର ରେ ପ୍ରଧାନମନ୍ତ୍ରୀ ଚୀନ ସହ ସମ୍ପର୍କ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ଭାରତ ନିଜର ଅଖଣ୍ଡତା ରକ୍ଷା ପାଇଁ ପ୍ରସ୍ତୁତ ରହିଛି ।
Follow Us