ଓଡ଼ିଆ ମହିଳା ସାଂସଦଙ୍କୁ ମୋଦୀ ଶୁଣାଇଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ଫିଲ୍ମର କାହାଣୀ !

ରିପୋର୍ଟ: ବୋୖଦ୍ଧାୟନ ଆଚାର୍ଯ୍ୟ

ଓଡ଼ିଆ ମହିଳା ସାଂସଦଙ୍କୁ ମୋଦୀ ଶୁଣାଇଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ଫିଲ୍ମର କାହାଣୀ !

ନୂଆଦିଲ୍ଲୀ: ଓଡ଼ିଆ ମହିଳା ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଣାଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଫିଲ୍ମ 'ମୃଗୟା'ର କାହାଣୀ | ସଂସଦର ଶୀତକାଳୀନ ଅଧିବେଶନ ସମାପ୍ତ ହେବା ପରେ ଶୁକ୍ରବାର ଦିନ ମୋଦୀ ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଲ୍ମ 'ମୃଗୟା'ର ସୁଟିଂ ସମୟର କାହାଣୀ ଶୁଣାଇଥିଲେ | ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ଜଣେ ଆଦିବାସୀ ଯୁବକର ସଂଘର୍ଷକୁ ମୋଦୀ ରାଜ୍ୟସଭାରେ  ଶୁଣାଇଥିବା ସୂଚନା ରହିଛି |  ଶୁକ୍ରବାର ଦିନ ଶୀତକାଳୀନ ଅଧିବେଶନ ସମାପ୍ତ ହେବା ପରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସଂସଦରେ ଥିବା ନିଜ କକ୍ଷରେ ବିଭିନ୍ନ ଦଳର ୨୦ରୁ ଉର୍ଦ୍ଧ୍ବ ନେତାଙ୍କ ସହ ଆଲୋଚନା କରୁଥିଲେ | ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ |

ଏହି ସମୟରେ ନାଇଡୁ ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ମୋଦୀଙ୍କ ସହ ପରିଚୟ କରାଇଥିଲେ, ଯିଏ କି ରାଜ୍ୟସଭାର ଇତିହାସରେ ପ୍ରଥମ ଥର ସାନ୍ତାଳୀ ଭାଷାରେ ଭାଷଣ ଦେଇଥିଲେ। ସରୋଜିନୀଙ୍କ ସହ ପରିଚୟ ପରେ ମୋଦୀ ତାଙ୍କୁ ଅଚାନକ ଶୁଣାଇଥିଲେ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଲ୍ମ 'ମୃଗୟା' ର ସୁଟିଂ କାହାଣୀ | ୧୯୭୬ ମସିହାରେ ଆସିଥିବା ଏହି ଫିଲ୍ମରେ ମିଥୁନ ଯେତେବେଳେ ଆଙ୍ଗୁଠି ସହାୟତାରେ ଧନୁତୀର ଚଳାଇବାକୁ ଚାହିଁଥିଲେ ଆଦିବାସୀ ସମୁଦାୟ ସେତେବେଳେ ଏହାକୁ ବିରୋଧ କରିଥିଲେ | ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ଏକଲବ୍ୟଙ୍କ କାହାଣୀ କୁହାଯାଇଥିଲା |

publive-image Photo-Mrinalsen.org

ଯେଉଁଥିରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ କହିବା ପରେ ଏକଲବ୍ୟ ତାଙ୍କ ହାତର ଆଙ୍ଗୁଠି କାଟି ଗୁରୁ ଦ୍ରୋଣଙ୍କୁ ଦେଇଦେଇଥିଲେ | ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ କୁହାଯାଇଥିଲା ଯେ ଧନୁ ତୀର ଚଳାଇବା ପାଇଁ ଆଙ୍ଗୁଠିର ବ୍ୟବହାର ନ ହେବା ଆବଶ୍ୟକ | ଏହା ପରେ ମିଥୁନ ବିନା ଆଙ୍ଗୁଠିରେ ଧନୁ ତୀର ଚଳାଇବାର ଅଭ୍ୟାସ କରିଥିଲେ |

ଏଠାରେ ସୂଚନା ଥାଉ କି ୧୯୭୬ ମସିହାରେ ଆସିଥିବା ଏହି ଫିଲ୍ମକୁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୃଣାଳ ସେନ ନିର୍ଦ୍ଦେଶନା ଦେଇଥିବାବେଳେ ଏହା ମିଥୁନଙ୍କର ପ୍ରଥମ ଫିଲ୍ମ ଥିଲା | ବଡ କଥା ଯେ ଏହି ଫିଲ୍ମର ଅଧିକାଂଶ ଦୃଶ୍ୟ ଓଡ଼ିଶାରେ ସୁଟିଂ ହୋଇଥିବାବେଳେ ଓଡ଼ିଆ କଥାକାର ଭଗବତୀ ଚରଣ ପାଣିଗ୍ରାହୀଙ୍କ ଗଳ୍ପ 'ଶିକାର'ରୁ ଏହି ଫିଲ୍ମର କାହାଣୀ ନିଆଯାଇଥିଲା |
ଏହି ଫିଲ୍ମ ପାଇଁ ମିଥୁନଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe