ମନ୍‌ କୀ ବାତ୍‌, ପ୍ଲାଷ୍ଟିକ୍‌ ବିରୋଧରେ ଜନ ଆନ୍ଦୋଳନ ଆହ୍ବାନ

Advertisment
ମନ୍‌ କୀ ବାତ୍‌, ପ୍ଲାଷ୍ଟିକ୍‌ ବିରୋଧରେ ଜନ ଆନ୍ଦୋଳନ ଆହ୍ବାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌‌’ ମାଧ୍ୟମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥର ୨ ଅକ୍ଟୋବରରେ ଆମେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବା ଅବସରରେ ସେହି ଦିନଠାରୁ ପୂରା ଦେଶରେ ପ୍ଲାଷ୍ଟିକ୍‌ ବ୍ୟବହାର ବିରୋଧରେ ଏକ ଜନ ଆନ୍ଦୋଳନ ଆରମ୍ଭ କରିବା। ଏଥିପାଇଁ ସବୁ ପ୍ରସ୍ତୁତି ଆରମ୍ଭ ହେବା ଆବଶ୍ୟକ ବୋଲି ମତଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଖୋଲାରେ ଶୌଚ ମୁକ୍ତ ଭାରତ ସହିତ ପ୍ଲାଷ୍ଟିକ୍‌ ଆବର୍ଜନାରୁ ମୁକ୍ତ ଭାରତ ମଧ୍ୟ ଏବେ ସମୟର ଆହ୍ବାନ।

୨ ଅକ୍ଟୋବରରୁ ଭାରତ ମାତାକୁ ପ୍ଲାଷ୍ଟିକ୍‌ ଆବର୍ଜନାରୁ ମୁକ୍ତି ଦେବା ପାଇଁ ଜୋର୍‌ଦାର ପ୍ରୟାସ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗ୍ରାହକମାନେ ନିଜର ବ୍ୟାଗ୍‌ ଧରି ବଜାରକୁ ଗଲେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର କରିବାକୁ ପଡ଼ିବ ନାହିଁ ଏବଂ ପରିବେଶକୁ ମଧ୍ୟ ସୁରକ୍ଷା ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ୧୧ ସେପ୍‌ଟେମ୍ବରରୁ ଦେଶବ୍ୟାପୀ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ କରାଯିବ। ଦେଶବାସୀ ଗାନ୍ଧୀଜୀଙ୍କ ସହିତ ଜଡ଼ିତ ଯେ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଡିସ୍‌କଭରି ଚ୍ୟାନେଲରେ ପ୍ରସାରିତ ହୋଇଥିବା ‘ମେନ୍‌ ଭର୍ସେସ୍‌ ୱାଇଲ୍‌ଡ’ ଏପିସୋଡ୍‌ ପ୍ରସଙ୍ଗ ଉଠାଇ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଭାରତର ପରମ୍ପରା, ସଂସ୍କାର, ପ୍ରକୃତି ପ୍ରତି ସମ୍ବେଦନଶୀଳତା ଆଦି ସଂପର୍କରେ ବିଶ୍ବକୁ ପରିଚିତ କରାଇବା ଦିଗରେ ସହାୟକ ହୋଇଛି ବୋଲି ସେ ଅନୁଭବ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe