ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କ ସହ କଥାହେଲେ ମୋଦୀ, ଜାରି ରହିବ ଭାରତର ମାନବୀୟ ସହାୟତା

Advertisment
ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କ ସହ କଥାହେଲେ ମୋଦୀ, ଜାରି ରହିବ ଭାରତର ମାନବୀୟ ସହାୟତା

ନୂଆଦିଲ୍ଲୀ: ଇସ୍ରାଏଲ ଓ ଗାଜା ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଭାରତ ନିଜର ଆଭିମୁଖ୍ୟରେ ଅଟଳ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମଦ ଆବ୍ବାସଙ୍କ ସହ ଫୋନ୍ ରେ କଥା ହୋଇ ଗାଜା ଡାକ୍ତରଖାନାରେ ଘଟିଥିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ପାଲେଷ୍ଟାଇନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ମହମ୍ମଦ ଆବ୍ବାସଙ୍କ ସହ କଥା ହୋଇ ଗାଜାର ଅଲ୍ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି। ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳରେ ଖରାପ ହେଉଥିବା ସୁରକ୍ଷା ପରିସ୍ଥିତି କୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ନୀତିଗତ ଆଭିମୁଖ୍ୟକୁ ଦୋହରାଇଛନ୍ତି।

ସୂଚନାଯୋଗ୍ୟ ଯେ, ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତ ନିଜର ପୂର୍ବ ନିଷ୍ପତ୍ତିରେ କାଏମ ରହିଛି । ଭାରତ ଦୁଇ ରାଷ୍ଟ୍ର ସିଦ୍ଧାନ୍ତରେ ବିଶ୍ବାସ କରେ । ଅର୍ଥାତ୍ ଭାରତ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ଦ୍ବାରା ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଭାରତ ବିଶ୍ବାସ କରେ । ଭାରତର ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଏ ନେଇ ଆଜି ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe