ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ କଥା ହୋଇଛନ୍ତି। ଗାଜାରେ ହସ୍ପିଟାଲ୍ ବିସ୍ଫୋରଣରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେବା ଘଟଣାରେ ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହୋଇଛି ଏବଂ ଗାଜା ହସ୍ପିଟାଲ ବିସ୍ଫୋରଣରେ ଏତେ ସଂଖ୍ୟକ ନାଗରିକଙ୍କ ମୃତ୍ୟୁ ଘଟଣା ପାଇଁ ଶୋକ ପ୍ରକାଶ କରିଛି ଏବଂ ଗଭୀର ସମବେଦନା ଜ୍ଞାପନ କରିଛି। ମୋଦୀ କହିଛନ୍ତି, ଭାରତ ପାଲେଷ୍ଟାଇନକୁ ଏହାର ମାନବୀୟ ସହାୟତା ପଠାଇବା ଜାରି ରଖିବ। ଆତଙ୍କବାଦ ଏବଂ ହିଂସା ବିରୋଧରେ ଭାରତ ଗଭୀର ଚିନ୍ତା ପ୍ରକଟ କରୁଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବୁଧବାର ମଧ୍ୟ ମୋଦୀ ଗାଜା ହସ୍ପିଟାଲ୍ ବିସ୍ଫୋରଣ ଘଟଣାରେ ଶୋକ ପ୍ରକାଶ କରିଥିଲେ। ଉକ୍ତ ଆକ୍ରମଣରେ ଯେଉଁମାନେ ସମ୍ପୃକ୍ତ ସେମାନେ ଦାୟୀ ରହିବା ଉଚିତ ବୋଲି ମୋଦୀ କହିଥିଲେ।
ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ: ଭାରତ ମାନବୀୟ ସହାୟତା ପଠାଇବା ଜାରି ରଖିବ
Advertisment
Follow Us