ଟ୍ରମ୍ପ୍‌ଙ୍କ ସହ କଥା‌ ହେଲେ ମୋଦୀ: ଶାନ୍ତି ପାଇଁ ଏକାଠି କାମ କରିବେ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ୍‌ରେ କଥା ହୋଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ ଦ୍ବିତୀୟ ପାଳିର ରାଷ୍ଟ୍ରପତି ଭାବେ ଶପଥ ନେବାପରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଏହା ପ୍ରଥମ କଥାବାର୍ତ୍ତା।

Modi congratulated Trump

Modi congratulated Trump

ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ୍‌ରେ କଥା ହୋଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ ଦ୍ବିତୀୟ ପାଳିର ରାଷ୍ଟ୍ରପତି ଭାବେ ଶପଥ ନେବାପରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଏହା ପ୍ରଥମ କଥାବାର୍ତ୍ତା। ଫୋନ୍‌ରେ ଟ୍ରମ୍ପଙ୍କ ଐତିହାସିକ ବିଜୟ ପାଇଁ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ନେତା ପ୍ରଯୁକ୍ତି, ବାଣିଜ୍ୟ, ନିବେଶ, ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି। ବିଶେଷକରି ପଶ୍ଚିମ ଏସିଆ ଏବଂ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ନିକଟ ଭବିଷ୍ୟତରେ ଉଭୟ ନେତା ପରସ୍ପରକୁ ଭେଟିବା ନେଇ ମଧ୍ୟ ସହମତ ହୋଇଛନ୍ତି। 

ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ୍‌ କରି ମୋଦୀ କହିଛନ୍ତି,  ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇ ଖୁବ୍‌ ଖୁସି। ଆମେରିକାର ରାଷ୍ଟ୍ରପତି ଭାବେ ଐତିହାସିକ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ। ଆମେ ଏକ ପାରସ୍ପରିକ ସହଯୋଗ ବଢ଼ାଇବା ପାଇଁ କାମ କରିବୁ। ଲୋକଙ୍କ କଲ୍ୟାଣ ପାଇଁ ଏବଂ ବୈଶ୍ବିକ ଶାନ୍ତି, ସମୃଦ୍ଧି ଓ ସୁରକ୍ଷା ଦିଗରେ ଏକାଠି କାମ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦୀ କହିଛନ୍ତି। ଗତ ୨୦ ତାରିଖରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ବତନ୍ତ୍ର ପ୍ରତିନିଧିଭାବେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଯୋଗଦେଇଥିଲେ। ତେବେ ଟ୍ରମ୍ପଙ୍କ ବିଜୟ ପରେ ଏହା ‌ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଦ୍ବିତୀୟ କଥାବାର୍ତ୍ତା। ‌ଗତବର୍ଷ ନଭେମ୍ବର ୬ ତାରିଖ‌ରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ବିଜୟୀ ହେବାପରେ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe