Advertisment

ଜେଲେନସ୍କିଙ୍କ ସହ କଥା ହେଲେ ମୋଦୀ

Advertisment

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କ ସହ ଟେଲିଫୋନ ଆଲୋଚନା କରିଛନ୍ତି । ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଆମେରିକା-ରୁଷ ଆଲୋଚନା ପୂର୍ବରୁ ଏହି ଟେଲିଫୋନ ଆଲୋଚନାକୁ ବେଶ ଗୁରୁତ୍ବ ଦିଆଯାଉଛି ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କ ସହ ଟେଲିଫୋନ ଆଲୋଚନା କରିଛନ୍ତି । ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଆମେରିକା-ରୁଷ ଆଲୋଚନା ପୂର୍ବରୁ ଏହି ଟେଲିଫୋନ ଆଲୋଚନାକୁ ବେଶ ଗୁରୁତ୍ବ ଦିଆଯାଉଛି ।

zelensky

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କ ସହ ଟେଲିଫୋନ ଆଲୋଚନା କରିଛନ୍ତି । ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଆମେରିକା-ରୁଷ ଆଲୋଚନା ପୂର୍ବରୁ ଏହି ଟେଲିଫୋନ ଆଲୋଚନାକୁ ବେଶ ଗୁରୁତ୍ବ ଦିଆଯାଉଛି ।

ଏହି ଆଲୋଚନା ସଂପର୍କରେ ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ ଲେଖିଛନ୍ତି “ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ଏବଂ ସାମ୍ପ୍ରତିକ ଘଟଣାବଳୀ ଉପରେ ତାଙ୍କର ଦୃଷ୍ଟିକୋଣ ଶୁଣି ଆନନ୍ଦିତ। ମୁଁ ବିବାଦର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନର ଆବଶ୍ୟକତା ଉପରେ ଭାରତର ସ୍ଥାୟୀ ଆଭିମୁଖ୍ୟ ଜଣାଇଲି। ଭାରତ ଏହି କ୍ଷେତ୍ରରେ ସମସ୍ତ ପ୍ରକାରର ଯୋଗଦାନ ଦେବାକୁ ପ୍ରତିବଦ୍ଧ, ଏବଂ ୟୁକ୍ରେନ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ମଧ୍ୟ।“

ସୂଚନାଯୋଗ୍ୟ ଯେ ୧୫ ତାରିଖରେ ହେବାକୁ ଥିବା ଡୋନାଲ୍ଡ ଟ୍ରମ୍ପ ଓ ଭ୍ଲାଦିମିର ପୁଟିନ ଆଲୋଚନାକୁ ନେଇ ଜେଲେନସ୍କି ପୂର୍ବରୁ ହିଁ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି । କୌଣସି ପ୍ରକାରର ଜମି ହସ୍ତାନ୍ତରକୁ ୟୁକ୍ରେନ ବିରୋଧ କରିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଟ୍ରମ୍ପ-ପୁଟିନ ଆଲୋଚନା ପଛରେ ଭାରତର ଏକ ଗୋପନ ଉଦ୍ୟମ ରହିଛି ବୋଲି କୁହାଯାଉଛି । ଏହି ଦୃଷ୍ଟିକୋଣରୁ ମୋଦୀ-ଜେଲେନସ୍କି ଆଲୋଚନାର ସମୟ ବେଶ ଗୁରୁତ୍ବପୂର୍ଣ୍ଣ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe