ନୂଆଦିଲ୍ଲୀ : ଆଜି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସୁରଟରେ ଥିବା ଓଡ଼ିଆ ସ୍କୁଲ୍ର ଉଦାହରଣ ଦେଇଛନ୍ତି। ଏନ୍ପିଆର୍ ପ୍ରସଙ୍ଗରେ ନିଜ ମତ ରଖୁଥିବାବେଳେ ସେ ଏ ସମ୍ପର୍କରେ କହିଛନ୍ତି।
Image Source: Zee Newsପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ସୁରଟରେ ଏବେ ବହୁ ସଂଖ୍ୟାରେ ଓଡ଼ିଆ ଲୋକ ଅଛନ୍ତି। ସେଠାରେ ମଧ୍ୟ ଓଡ଼ିଆ ସ୍କୁଲ୍ ଖୋଲାଯାଇଛି। ଯଦି ଗୁଜରାଟ ସରକାର କହିବେ ଆମେ ଓଡ଼ିଆ ସ୍କୁଲ ଖୋଲିବୁ ନାହିଁ, ତା’ହେଲେ ଏହା କେତେ ଦିନ ଚାଲିବ ବୋଲି ପ୍ରଶ୍ନ କରିଥିଲେ।
Image Source: Times of Indiaପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ଦେଶରେ ପ୍ରଥମେ ମାତୃଭାଷାକୁ ନେଇ ଏତେ ବଡ଼ ସଙ୍କଟ କେବେ ନଥିଲା। କିନ୍ତୁ, କିଏ କେଉଁ ମାତୃଭାଷା କହୁଛି ଏବଂ ସେମାନଙ୍କର ବାପା କେଉଁ ଭାଷା କହୁଥିଲେ, ତାହାର ବିବରଣୀ ମିଳିଲେ ହିଁ ସୁରଟରେ ଓଡ଼ିଆ ସ୍କୁଲକୁ ଚାଲୁ କରାଯାଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ପ୍ରବାସୀଙ୍କୁ ଦେଖିବାକୁ ମିଳୁନଥିଲା। ସହର ବିକାଶ ହେଉଥିବାରୁ ଏବଂ ସହର ପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ୁଥିବାରୁ ଏବେ ପ୍ରବାସୀ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ, କେଉଁ ଜିଲ୍ଲାରୁ ଲୋକମାନେ ଜିଲ୍ଲା ଛାଡ଼ି ଯାଉଛନ୍ତି, ଏହା ସୂଚନା ବିନା ସେହି ଜିଲ୍ଲାର ବିକାଶକୁ ପ୍ରାଥମିକତା ଦିଆଯାଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Follow Us