୯୦ ମିନିଟ୍‌ ବର୍ଷିଲେ ମୋଦୀ

Advertisment

୨୦୨୪ରେ ଅନାସ୍ଥା ଆଗତ ପାଇଁ ବିରୋଧୀଙ୍କୁ ଶକ୍ତି ମିଳୁ

୨୦୨୪ରେ ଅନାସ୍ଥା ଆଗତ ପାଇଁ ବିରୋଧୀଙ୍କୁ ଶକ୍ତି ମିଳୁ

୯୦ ମିନିଟ୍‌ ବର୍ଷିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ୯୦ ମିନିଟ୍‌ର ଭାଷଣ ଦେଇ ଆଜି ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ଭଗବାନ ଶିବଙ୍କୁ ଏବଂ ଦେଶର ୧୨୫ କୋଟି ଜନତାଙ୍କୁ ପ୍ରାର୍ଥନା କରୁଛି ବିରୋଧୀ ଦଳଗୁଡ଼ିକୁ ସେମାନେ ଏତେ ଶକ୍ତି ଦିଅନ୍ତୁ, ଯାହାଦ୍ୱାରା ସେମାନେ ୨୦୨୪ରେ ପୁଣି ଅନୁରୂପ ଭାବେ ଆଉଏକ ଅନାସ୍ଥା ପ୍ରସ୍ତାବ ଆଗତ କରିପାରିବେ।

ଜଣେ ମୋଦୀଙ୍କୁ ହଟାଇବା ପାଇଁ ସେମାନେ ସମସ୍ତେ ଆଜି ଏକାଠି ହୋଇଛନ୍ତି। କିନ୍ତୁ ଆମ ଉପରେ ୧୨୫ କୋଟି ଲୋକଙ୍କ ଆଶୀର୍ବାଦ ଅଛି। ଆମେ କୌଣସି ସ୍ୱାର୍ଥ ନ ରଖି ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ମନ୍ତ୍ର ସହ ରାଷ୍ଟ୍ରର ସେବା କରିଆସୁଛୁ। ବିଗତ ୭୦ ବର୍ଷ ଧରି ଅନ୍ଧାରରେ ରହିଥିବା ୧୮,୦୦୦ ଗ୍ରାମରେ ଆମେ ବିଜୁଳି ପହଞ୍ଚାଇଛୁ।

ରାହୁଲଙ୍କ ଚୌକିଦାର ଓ ଭାଗୀଦାର ମନ୍ତବ୍ୟର ଜବାବ ଦେଇ ମୋଦୀ କହିଛନ୍ତି, ଆମେ ଦେଶର କୋଟି କୋଟି ଜନତାଙ୍କ ପାଇଁ ଚୌକିଦାର ସାଜିଛୁ। ସେମାନଙ୍କ ପ୍ରତିଟି ଦୁଃଖରେ ଆମେ ଭାଗୀଦାର ହେବାକୁ ଚାହୁଛୁ। କିନ୍ତୁ ଆମେ କଂଗ୍ରେସ ଭଳି ସୌଦାଗର କି ଠିକାଦାର ସାଜିପାରିବୁ ନାହିଁ।

ଖାଲି ସେତିକି ନୁହେଁ, ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଉପରେ ବି ବିରୋଧୀ କଂଗ୍ରେସ ପ୍ରଶ୍ନ ଉଠାଇ ସେନାର ପାରଦର୍ଶିତା ଉପରେ ଅଙ୍ଗୁଳି ଉଠାଇଥିଲା। ଦେଶବାସୀ ଏହାକୁ କେବେ ବି ବରଦାସ୍ତ କରିପାରିବେ ନାହିଁ। ଅନ୍ତତଃ ସ୍ୱାର୍ଥ ପାଇଁ ବିରୋଧୀ ଲୋକତନ୍ତ୍ର ପ୍ରତି ଆଖି ବୁଜି ନ ଦିଅନ୍ତୁ।

ଗରିବଙ୍କ ପ୍ରତି ଅବହେଳା କରି କଂଗ୍ରେସ ଦୁର୍ଦ୍ଦଶା ଭୋଗିଛି ବୋଲି ମୋଦୀ କହିଥିଲେ। କଂଗ୍ରେସ ତା’ର ଶାସନ କାଳରେ ଗରିବ ଲୋକଙ୍କୁ ବାରମ୍ବାର ଉପେକ୍ଷା କରିଆସିଛି। ତା’ର ପରିଣତି ଆଜି ଦଳ ଭୋଗ କରୁଛି

ଅନ୍ୟପକ୍ଷରେ କଂଗ୍ରେସର ଆଜି ଅବସ୍ଥା ଏଭଳି ହୋଇଛି ଯେ ଏହା ସହିତ ଯେଉଁ ଦଳ ବି ମିଶିବାକୁ ଚାହିବ, ତା’ର ଅନ୍ତ ଘଟିବ। ଚରଣ ସିଂହ, ଚନ୍ଦ୍ରଶେଖର, ଦେବେଗୌଡ଼ା ଏବଂ ଆଇକେ ଗୁଜରାଲଙ୍କ ଭଳି ନେତାଙ୍କ ପ୍ରତି କଂଗ୍ରେସ ଯାହା କରିଛି, ତାହା ଦେଶବାସୀ ଦେଖିଛନ୍ତି। ଦୁଇଥର ଶାସନ କଳ ନିଜ ହାତକୁ ନେବା ପାଇଁ କଂଗ୍ରେସ ନୋଟ୍‌ ଶକ୍ତିର ବ୍ୟବହାର କରିଛି।

ରାହୁଲଙ୍କୁ ଟାର୍ଗେଟ୍‌ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ସକାଳେ ଜଣେ ସଦସ୍ୟ ମୋ ନିକଟକୁ ଦୌଡ଼ି ଆସି ମୋତେ ଉଠ ଉଠ ବୋଲି କହିଥିଲେ। କିନ୍ତୁ କ୍ଷମତା ହାସଲ ପାଇଁ ସେ ଏତେ ତରବର କାହିଁକି ହଉଛନ୍ତି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ତେବେ ମୁଁ ତାଙ୍କୁ କହିବାକୁ ଚାହୁଛି ଯେ ଲୋକମାନେ ଆମକୁ ନିର୍ବାଚିତ କରିଛନ୍ତି। ସେଥିପାଇଁ ଆମେ ଏଠାରେ ବସିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe