ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚାଲିଥିବା ଚର୍ଚ୍ଚାରେ ନିଜର ଜବାବ ରଖିଛନ୍ତି । ସେ କହିଛନ୍ତି ଯେ କିଛି ଲୋକ ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି, କିନ୍ତୁ ସେହି ଲୋକମାନେ ସଂସଦରେ ଗରିବଙ୍କ ଉପରେ ଭାଷଣକୁ ବୋରିଂ ବୋଲି କୁହନ୍ତି । କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ୍ କରି ସେ ଏପରି କହିଥିବା ଅନୁମାନ କରାଯାଉଛି ।
ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାମ ନ ନେଇ ତାଙ୍କୁ ସମାଲୋଚନା କରିଛନ୍ତି ମୋଦୀ । ସେ କହିଛନ୍ତି ଯେ କିଛି ଲୋକଙ୍କ ନିଜର ଘରେ ଜାକୁଜି ( ବିଳାଶମୟ ବାଥଟବ୍) ଓ ସାଓ୍ବାର ଉପରେ ରହିଛି ।
ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାମ ନ ନେଇ ତାଙ୍କୁ ସମାଲୋଚନା କରିଛନ୍ତି ମୋଦୀ । ସେ କହିଛନ୍ତି ଯେ କିଛି ଲୋକଙ୍କ ନିଜର ଘରେ ଜାକୁଜି ( ବିଳାଶମୟ ବାଥଟବ୍) ଓ ସାଓ୍ବାର ଉପରେ ରହିଛି । ସ୍ୱାଧୀନତାର ୭୫ ବର୍ଷ ପରେ ଦେଶର ପ୍ରାୟ ୧୬ କୋଟି ଘର ମଧ୍ୟରୁ ପ୍ରାୟ ୭୫ ପ୍ରତିଶତ ଘରେ ଟ୍ୟାପ୍ ସଂଯୋଗ ନଥିଲା। ଆମ ସରକାର ୧୨୦ ନିୟୁତ ପରିବାରକୁ ଟ୍ୟାପ୍ ପାଣି ଯୋଗାଇ ଦେଇଛନ୍ତି ଏବଂ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆମେ ଗରିବଙ୍କ ପାଇଁ ଏତେ କିଛି କରିଛୁ ଯେ ରାଷ୍ଟ୍ରପତି ଏହା ଉଲ୍ଲେଖ କରିଛନ୍ତି। ଯେଉଁମାନେ ଗରିବଙ୍କ କୁଡ଼ିଆରେ ଫଟୋ ସେସନ୍ କରି ନିଜର ମନୋରଞ୍ଜନ କରନ୍ତି ସେମାନଙ୍କୁ ସଂସଦରେ ଗରିବଙ୍କ କଥା ବୋର୍ ଲାଗିବ ।
ଦେଶର ସମସ୍ୟାର ସମାଧାନ ପାଇଁ ନିଷ୍ଠାର ସହ ପ୍ରୟାସ କରିବାକୁ ପଡ଼ିବ। ଦେଶରେ ଏମିତି ଜଣେ ପ୍ରଧାନମନ୍ତ୍ରୀ ଥିଲେ, ଯାହାଙ୍କୁ ମିଷ୍ଟର କ୍ଲିନ୍ ବୋଲି କହିବାର ଫ୍ୟାସନ୍ ଥିଲା। ସେ ଏହି ସମସ୍ୟାକୁ ଚିହ୍ନଟ କରି କହିଥିଲେ ଯେ ଦିଲ୍ଲୀରୁ ଗୋଟିଏ ଟଙ୍କା ବାହାରିଲେ ଗାଁରେ ମାତ୍ର ୧୫ ପଇସା ପହଞ୍ଚିଥାଏ। ସେତେବେଳେ ପଞ୍ଚାୟତଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଗୋଟିଏ ଦଳର ଶାସନ ଥିଲା। ସେତେବେଳେ ସେ ସାର୍ବଜନୀନ ଭାବେ ଏହା କହିଥିଲେ। ୧୫ ପଇସା କାହା ପାଖକୁ ଯାଉଥିଲା ତାହା ସମସ୍ତେ ଜାଣିଛନ୍ତି ।
Follow Us