ଲିଜ୍‌ ଟ୍ରସ୍‌ଙ୍କ ସହ କଥା ହେଲେ ମୋଦୀ, ନୂଆ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଲେ

Advertisment
ଲିଜ୍‌ ଟ୍ରସ୍‌ଙ୍କ ସହ କଥା ହେଲେ ମୋଦୀ, ନୂଆ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଲେ

NEWKERALA.COM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଲିଜ୍‌ ଟ୍ରସ୍‌ଙ୍କ ନୂଆ ଦାୟିତ୍ବ ପାଇଁ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଲିଜ୍‌ ଟ୍ରସ୍‌ ବ୍ରିଟେନର ବାଣିଜ୍ୟ ଏବଂ ବିଦେଶ ସଚିବ ଥିବା ସମୟରେ ଭାରତ-ବ୍ରିଟେନ୍‌ ଦ୍ବିପାକ୍ଷିକ ସମ୍ପର୍କ ପ୍ରତି ତାଙ୍କର ଅବଦାନକୁ ମୋଦୀ ପ୍ରଶଂସା କରିଛନ୍ତି। ଉଭୟ ରାଷ୍ଟ୍ରନେତା ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା ସହଯୋଗ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଦେଶବାସୀଙ୍କ ତରଫରୁ ମୋଦୀ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବ୍ରିଟେନ ଜନସାଧାରଣଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଏଥିପାଇଁ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe