NDTV
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ନେତାନ୍ୟାହୁ ମୋଦୀଙ୍କୁ ଫୋନ୍ କରି ଯୁଦ୍ଧ ସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କୁ ଯୁଦ୍ଧ ସ୍ଥିତି ସଂକ୍ରାନ୍ତରେ ଅବଗତ କରିଛନ୍ତି। ଭାରତୀୟମାନେ ଏଭଳି ଜଟିଳ ସ୍ଥିତି ସମୟରେ ଇସ୍ରାଏଲ ସହ ଅଛନ୍ତି ବୋଲି ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ମୋଦୀ କହିଛନ୍ତି, ଭାରତ ଆତଙ୍କବାଦକୁ ଏହାର ସମସ୍ତ ରୂପରେ ଅତ୍ୟନ୍ତ ଦୃଢ଼ ଭାବେ ନିନ୍ଦା କରୁଛି। ମୋଦୀଙ୍କ ସମର୍ଥନର ଜବାବ ଦେଇ ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ଏକ୍ସରେ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମୋଦୀ କହିଥିଲେ ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ଖବରରେ ସେ ଗଭୀର ଭାବେ ସ୍ତବ୍ଧ।
Follow Us