ନୂଆଦିଲ୍ଲୀ: କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି | କରୋନା ଭାଇରସ ମହାମାରୀ (କୋଭିଡ -୧୯) ବିରୋଧରେ ଚାଲିଥିବା ଯୁଦ୍ଧ ବିଷୟରେ ମୋଦୀ ଟ୍ରମ୍ପଙ୍କ ସହ ଟେଲିଫୋନ୍ ବାର୍ତ୍ତାଳାପ କରିଛନ୍ତି। ମୋଦୀ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋର ବ୍ୟାପକ ଆଲୋଚନା ହୋଇଛି। ଆମର ଏକ ଭଲ ଆଲୋଚନା ହୋଇଥିଲା ଏବଂ କରୋନାଭାଇରସ୍ ବିରୋଧ ଲଢେଇରେ ଭାରତ ଏବଂ ଆମେରିକା ପରସ୍ପରକୁ ପୂର୍ଣ୍ଣ ମାତ୍ରାରେ ପାରସ୍ପରିକ ସହଯୋଗ କରିବାକୁ ରାଜି ହୋଇଛନ୍ତି ।
ଗତକାଲି ମୋଦୀ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଟେଲିଫୋନ୍ ବାର୍ତ୍ତାଳାପ କରିଥିଲେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଦୁଇ ନେତା ରୋଗୀମାନଙ୍କ ପାଇଁ ଅତ୍ୟାବଶ୍ୟକ ଔଷଧ ଯୋଗାଣ ତଥା ଉଚ୍ଚ-ବୈଷୟିକ ସମ୍ବଳର ବ୍ୟବହାର ଉପରେ ମଧ୍ୟ ଆଲୋଚନା କରିଥିଲେ।
ଏଠାରେ ସୂଚନା ଥାଉ କି କରୋନା ଆମେରିକାରେ ତାଣ୍ଡବ ରଚାଇଥିବାବେଳେ ୨, ୭୭, ୯୬୫ ସଂକ୍ରମିତ ବ୍ୟକ୍ତି ଥିବା ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର ଏକ ନମ୍ବର କରୋନାଭାଇରସ୍ ଅଧ୍ୟୁଷିତ ଦେଶ ପାଲଟି ଯାଇଛି । ସେଠାରେ ମୃତ୍ୟୁସଂଖ୍ୟା ୭, ୧୫୯ ହୋଇଥିବା ଜଣାପଡ଼ିଛି ।
Follow Us