ମନ୍ କି ବାତ୍‌ରେ ସାନ୍ତାଳୀ ସାହିତ୍ୟ ବିଷୟରେ କହିଲେ ମୋଦୀ

ମନ୍ କି ବାତ୍' କାର୍ଯ୍ୟକ୍ରମର ୧୧୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଓଡ଼ିଶାର ସାନ୍ତାଳୀ ଭାଷା ଉପରେ କରାଯାଇଥିବା ନବସୃଜନ ନେଇ ପ୍ରଶଂସା କରିଛନ୍ତି। ଓଡ଼ିଶାର ମୟୂରଭଞ୍ଜର ରାମଜିତ୍ ଟୁଡୁ ଏକ ପ୍ଲାଟଫର୍ମ ସୃଷ୍ଟି କରିଛନ୍ତି ଯେଉଁଠାରେ ସାନ୍ତାଳୀ ଭାଷାର ସାହିତ୍ୟ ପଢ଼ିହେବ....

ଅଦ୍ୟତନ ହୋଇଛି
WhatsApp Image 2024-09-29 at 12.56.16 PM

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  'ମନ୍ କି ବାତ୍' କାର୍ଯ୍ୟକ୍ରମର ୧୧୪ତମ ସଂସ୍କରଣରେ ଭାବପ୍ରବଣ ହୋଇପଡ଼ି କହିଛନ୍ତି  ମନ୍ କି ବାତ୍‌ର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି। ‘ମନ୍ କି ବାତ୍’ର ଯାତ୍ରା ଅବିସ୍ମରଣୀୟ। ଏହାକୁ କେବେ ଭୁଲି ହେବ ନାହିଁ। 
ଏହି ଧାରାବାହିକର ୧୦ ବର୍ଷ ପୂରଣ ହେବା ନେଇ ଦେଶର ଜନସାଧାରଣ ତଥା ଗଣମାଧ୍ୟମକୁ ମୁଁ ଧନ୍ୟବାଦ ଜଣାଉଛି।

 ପ୍ରଧାନମନ୍ତ୍ରୀ ଓଡ଼ିଶାର ସାନ୍ତାଳୀ ଭାଷା ଉପରେ କରାଯାଇଥିବା ନବସୃଜନ ନେଇ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଡିଜିଟାଲ୍ ନବସୃଜନ ମାଧ୍ୟମରେ ସାନ୍ତାଳୀ ଭାଷାକୁ ଏକ ନୂତନ ପରିଚୟ ଦେବାକୁ ଚେଷ୍ଟା କରାଯାଇଛି। ଭାରତ ବ୍ୟତିତ ଏହି ଭାଷାଭାଷୀର ଲୋକେ  ନେପାଳ, ଭୁଟାନ ଏବଂ ବାଂଲାଦେଶରେ  ଅଛନ୍ତି।

ଓଡ଼ିଶାର ମୟୂରଭଞ୍ଜର ରାମଜିତ୍ ଟୁଡୁ ଏକ ପ୍ଲାଟଫର୍ମ ସୃଷ୍ଟି କରିଛନ୍ତି ଯେଉଁଠାରେ ସାନ୍ତାଳୀ ଭାଷାର ସାହିତ୍ୟ ପଢ଼ିହେବ। ଯେତେବେଳେ ସେ ମୋବାଇଲ୍ ବ୍ୟବହାର କରିବା ଆରମ୍ଭ କଲେ, ସେତେବେଳେ ସେ ଦୁଃଖିତ ହୋଇଥିଲେ ଯେ ସାନ୍ତାଳୀ ଭାଷା ବିଷୟରେ ଏଥିରେ କିଛି ନ ଥିଲା। ଏହାପରେ ସେ ନିଜ ପ୍ରୟାସରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ।

ସୂଚନାଯୋଗ୍ୟ, ଗତ ଏକ ଦଶନ୍ଧି ଧରି ମୟୂରଭଞ୍ଜର ରାମଜିତ୍ ଟୁଡୁ ସାନ୍ତାଳୀ ଭାଷା ପାଇଁ ଏକ ଡିଜିଟାଲ୍ ପରିଚୟ ସୃଷ୍ଟି କରିଆସୁଛନ୍ତି। ସେ କେବଳ ଏହାକୁ ଡିଜିଟାଇଜେସନ୍ କରିନାହାନ୍ତି ବରଂ ସାନ୍ତାଳୀ ଉଇକିପିଡ଼ିଆ ଗଠନ ବ୍ୟତୀତ ଭାଷାରେ ଲେଖକମାନଙ୍କୁ ଏକ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ପ୍ରଦାନ କରୁଛନ୍ତି। 

ରାମଜିତ ଟୁଡୁ କୁହନ୍ତି ଭାଷା ହେଉଛି ସମାଜର ପରିଚୟ। ମୟୂରଭଞ୍ଜର ଏହି  ୨୮ ବର୍ଷିୟ ଭାଷା କାର୍ଯ୍ୟକର୍ତ୍ତା ତାଙ୍କ ମାତୃଭାଷା ସାନ୍ତାଳୀକୁ ଡିଜିଟାଇଜ୍ କରି ଗତ ଏକ ଦଶନ୍ଧିରୁ ଏହାକୁ ଏକ ଅନଲାଇନ୍ ପରିଚୟ ପ୍ରଦାନ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ଜଶିପୁର ତହସିଲ ଅଧୀନରେ ସହକାରୀ ରାଜସ୍ୱ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଥିବା ରାମଜିତ୍ ମଧ୍ୟ ସାରା ବିଶ୍ୱରେ ସାନ୍ତାଳୀ ସାହିତ୍ୟକୁ ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି।

ଏହା ୨୦୧୪ରେ ଆରମ୍ଭ ହୋଇଥିଲା ଯେତେବେଳେ ସେ ତାଙ୍କର ପ୍ରଥମ ଆଣ୍ଡ୍ରଏଡ୍ ଫୋନ୍ ପାଇଲେ। ସେ ଇଣ୍ଟରନେଟ୍‌ରେ ଅନଲାଇନ୍ ଅନ୍ୱେଷଣ କରିବାବେଳେ,ପ୍ରମୁଖ ଭାଷା ସମ୍ପର୍କରେ ସୂଚନା ପାଇଲେ କିନ୍ତୁ ତାଙ୍କ ମାତୃଭାଷା ସାନ୍ତାଳୀ ବିଷୟରେ ବହୁତ କମ୍ ସୂଚନା ପାଇଥିଲେ। ଏହା ପରେ ସେ ଉଦ୍ୟମ ଆରମ୍ଭ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe