ପୁଟିନଙ୍କ ସହ କଥା ହେଲେ ମୋଦୀ

ଆମେରିକା ସହ ଚାଲିଥିବା ବାଣିଜ୍ୟ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି । ଏହି ଅବସରରେ ଉଭୟ ନେତା ୟୁକ୍ରେନ ଯୁଦ୍ଧ, ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ । 

New Project (22)

ନୂଆଦିଲ୍ଲୀ : ଆମେରିକା ସହ ଚାଲିଥିବା ବାଣିଜ୍ୟ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି । ଏହି ଅବସରରେ ଉଭୟ ନେତା ୟୁକ୍ରେନ ଯୁଦ୍ଧ, ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ । 

ଏ ସଂପର୍କରେ ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି “ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହ ବହୁତ ଭଲ ଏବଂ ବିସ୍ତୃତ ଆଲୋଚନା ହୋଇଥିଲା। ୟୁକ୍ରେନର ସଂପର୍କରେ ସର୍ବଶେଷ ସୂଚନା ଜଣାଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଇଥିଲି। ଆମେ ଆମର ଦ୍ୱିପାକ୍ଷିକ କାର୍ଯ୍ୟସୂଚୀର ଅଗ୍ରଗତି ମଧ୍ୟ ସମୀକ୍ଷା କରିଛୁ, ଏବଂ ଭାରତ-ରୁଷ ସ୍ୱତନ୍ତ୍ର ଏବଂ ସୁବିଧାପ୍ରାପ୍ତ ରଣନୈତିକ ସହଭାଗୀତାକୁ ଆହୁରି ନିବିଡ଼ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ। ମୁଁ ଏହି ବର୍ଷ ଶେଷରେ ଭାରତରେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରିଛି।“

ସୂଚନାଯୋଗ୍ୟ ଯେ ଗତକାଲି ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ମସ୍କୋଠାରେ ପୁଟିନଙ୍କୁ ସାକ୍ଷାତ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe