ପାକିସ୍ତାନ କେବେ ଚିନ୍ତା ବି କରି ନଥିଲା ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ଏଭଳି ଜବାବ ଦେବ: ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ମଧ୍ୟ କହିଛନ୍ତି, ‘ ଗୁଳିର ଜବାବ ଗୁଳିରେ ଦିଆଯିବ। ପହଲଗାମରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନଥିଲେ। ସେମାନେ ଆମ ସଂସ୍କୃତି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।

କମପଦବନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋପାଳରେ ପହଞ୍ଚି ଦେବୀ ଅହଲ୍ୟାବାଈ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀରେ ଏକ ଡାକ ଟିକେଟ୍ ଜାରି କରିଛନ୍ତି। 

ଏହା ବ୍ୟତୀତ ସେ ଇନ୍ଦୋରରେ ମେଟ୍ରୋ ସେବା ଏବଂ ଦାତିଆ-ସତନା ବିମାନବନ୍ଦରର ଉଦଘାଟନ କରିଛନ୍ତି। ଏହି ଅବସରରେ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ,‘ ଏହି କାର୍ଯ୍ୟକ୍ରମ ଦେବୀ ଅହଲ୍ୟାବାଈଙ୍କ ଚିନ୍ତାଧାରାକୁ ଆଗକୁ ବଢାଇବାକୁ ଯାଉଛି।’

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ମଧ୍ୟ କହିଥିଲେ, ‘ ଗୁଳିର ଜବାବ ଗୁଳିରେ ଦିଆଯିବ। ପହଲଗାମରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନଥିଲେ। ସେମାନେ ଆମ ସଂସ୍କୃତି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। କେବଳ ଏତିକି ନୁହେଁ ସେମାନେ ଆମ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରିଥିଲେ। ଆତଙ୍କବାଦୀମାନେ ପହଲଗାମରେ କେବଳ ପୁରୁଷଙ୍କ ଉପରେ ଆକ୍ରମଣ କରି ଭାରତର ମହିଳା ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଯାହାକି ଏବେ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ପାଲଟି ଯାଇଛି।


ସିନ୍ଦୂର  ହେଉଛି ଆମର ପରମ୍ପରା, ମହିଳା ଶକ୍ତିର ପ୍ରତୀକ। ପ୍ରଭୁ ଶ୍ରୀ ହନୁମାନ ଜୀ ମଧ୍ୟ ନିଜକୁ ସିନ୍ଦୂରରେ ସଜ୍ଜିତ କରିଥିଲେ। ସିନ୍ଦୂର ସାହସିକତାର ଏକ ପ୍ରତୀକ । ତେଣୁ ପହଲଗାମରେ ଆତଙ୍କବାଦୀମାନେ କରିଥିବା ଆକ୍ରମଣର ପ୍ରତିଶୋଧ ନେବାପାଇଁ ଆମେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲୁ।

ଅପରେସନ୍ ସିନ୍ଦୂର ହେଉଛି ଆତଙ୍କବାଦୀଙ୍କ ବିରୋଧରେ ଭାରତର ଇତିହାସର ସବୁଠାରୁ ବଡ଼ ଏବଂ ସଫଳ ଅପରେସନ। ପାକିସ୍ତାନ କେବେ ଭାବି ନଥିଲା ଯେ ଆମର ସେନା ସେମାନଙ୍କ ଏମିତି ଏକ ସ୍ଥାନରେ ପହଞ୍ଚି ଏକାଥରକେ ଗୁଡାଏ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବ ଦେବେ। ଆମର ସେନା ପାକିସ୍ତାନର ଶହ ଶହ କିଲୋମିଟର ଭିତରକୁ ପଶି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରି ଦେଇ ପହଲଗାମ ମୃତକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe