ଭାରତରେ କରତାରପୁର ସାହିବ ରଖିବାରେ କଂଗ୍ରେସ ବିଫଳ ହୋଇଥିଲା: ମୋଦୀ

Advertisment
ଭାରତରେ କରତାରପୁର ସାହିବ ରଖିବାରେ କଂଗ୍ରେସ ବିଫଳ ହୋଇଥିଲା: ମୋଦୀ

Image Courtesy of India Today

ଅମୃତସର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁୁଧବାର ଦିନ ପଂଜାବରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ କଂଗ୍ରେସ ବିରୋଧରେ ବର୍ଷିଛନ୍ତି। ଭାରତରେ କରତାରପୁର ସାହିବକୁ ରଖି ପାରିନଥିବାରୁ ମୋଦୀ କଂଗ୍ରେସକୁ ଦାୟୀ କରିଛନ୍ତି। ପଂଜାବର ପଠାନକୋଟରେ ଏକ ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ପାକିସ୍ତାନ ପାଖରୁ କରତାରପୁର ଫେରାଇ ଆଣିବା ପାଇଁ କଂଗ୍ରେସ ପାଖରେ ୩ଟି ସୁଯୋଗ ଥିଲା। କିନ୍ତୁ କଂଗ୍ରେସ ଏହି ସୁଯୋଗ ଗୁଡ଼ିକର ବ୍ୟବହାର କରିନି। ପଂଜାବର ଶାନ୍ତି ନାମରେ ଭୋଟ୍‌ ଚାହିଥିବା ମୋଦୀ କହିଛନ୍ତି, ରାଜ୍ୟ କଂଗ୍ରେସ ହାତରେ ସୁରକ୍ଷିତ ନୁହେଁ।

ମୋଦୀ ବୁଧବାର ଦିନ ଉତ୍ତରପ୍ରଦେଶର ସୀତାପୁରରେ ବି ରାଲି କରିଛନ୍ତି। ସୀତାପୁର ରାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଉବଲ୍‌ ଇଂଜିନ ସରକାର ଉତ୍ତରପ୍ରଦେଶକୁ ‘ଉତ୍ତମ ପ୍ରଦେଶ’ରେ ପରିଣତ କରିବାର ଲକ୍ଷ୍ୟ ରଖିଛି। ଉତ୍ତରପ୍ରଦେଶରେ ବିଜେପି ସରକାରର ମାନେ ହେଉଛି ଉତ୍ସବ ମନାଇବାର ସ୍ବାଧୀନତା ଏବଂ ଝିଅ ଓ ଭଉଣୀମାନଙ୍କ ସୁରକ୍ଷା। ଉତ୍ତରପ୍ରଦେଶରେ ବିଜେପି ସରକାର ଗରିବଙ୍କ କଲ୍ୟାଣ ଦିଗରେ ଲଗାତାର କାମ କରୁଛି ବୋଲି ମୋଦୀ କହିଛନ୍ତି। ଯୋଗୀ ସରକାର‌େର ଗୁଣ୍ଡାରାଜ ଓ ମାଫିଆ ରାଜର ପରିସମାପ୍ତି ଘଟିଛି ବୋଲି ‌ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe