ମୁସଲିମ୍ ଲିଗ୍‌କୁ ଟାର୍ଗେଟ କଲେ ମୋଦୀ, ଆନ୍ଧ୍ରପ୍ରଦେଶ ବିଭାଜନ ଅଠା କଂଗ୍ରେସ ମୁଣ୍ଡରେ ବୋଳିଲେ

ମୁସଲିମ୍ ଲିଗ୍‌କୁ ଟାର୍ଗେଟ କଲେ ମୋଦୀ, ଆନ୍ଧ୍ରପ୍ରଦେଶ ବିଭାଜନ ଅଠା କଂଗ୍ରେସ ମୁଣ୍ଡରେ ବୋଳିଲେ

ସରଗୁଜା: ଲୋକସଭା ନିର୍ବାଚନ ୨୦୨୪ର ଦ୍ବିତୀୟ ପ୍ରର୍ଯ୍ୟାୟ ମତଦାନ ଏପ୍ରିଲ୍ ୨୬ରେ ହେବ। ଏନେଇ ବିଭିନ୍ନ ରାଜ‌ନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଜାରି ରହିଛି। ଏନେଇ ବିଜେପି ପକ୍ଷରୁ କରାଯାଉଥିବା ନିର୍ବାଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ର ସରଗୁଜାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନିର୍ବାଚନୀ ପ୍ରଚାରରେ ମୁସଲିମ୍ ଲିଗ୍ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ମୋଦୀ କହିଛନ୍ତି କଂଗ୍ରେସ୍ ନିର୍ବାଚନୀ ଇସ୍ତାହାରରେ ମୁସଲିମ୍ ଲିଗ୍‌ର ମୋହର ଅଛି।

ସମ୍ବିଧାନ ଗଠନ ହେବା ସମୟରେ ବାବା ସାହେବ ଆମେଡକରଙ୍କ ନିଷ୍ପତ୍ତି ଅନୁସାରେ ଦେଶରେ ଧର୍ମ ଆଧାରରେ ସଂରକ୍ଷଣ ପ୍ରଦାନ କରାଯିବ ନାହିଁ ବୋଲି କୁହାଯାଇଥିଲା। ମାତ୍ର କଂଗ୍ରେସ ଏହାକୁ ଭ୍ରୁକ୍ଷେପ ନକରି ଯୋଜନାବଦ୍ଧ ଭାବେ ଧର୍ମ ତଥା ଜାତି ଆଧାରରେ ସଂରକ୍ଷଣ ଜାରି ରଖିଥିଲା।

୨୦୧୪ରେ ହୋଇଥିବା ଆନ୍ଧ୍ରପ୍ରଦେଶ ବିଭାଜନ ନେଇ ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି। ଏହି ବିଭାଜନ ନେଇ ସେ କଂଗ୍ରେସ ମୁଣ୍ଡରେ ଅଠା ବୋଳିଛନ୍ତି। ସେ କହିଛନ୍ତି ଆନ୍ଧ୍ରପ୍ରଦେଶରେ ଧର୍ମ ଏବଂ ଜାତି ଆଧାରରେ ସଂରକ୍ଷଣ ଦେବାକୁ ଉଦ୍ୟମ କରାଯାଇଥିଲା। ଏହାକୁ ସମଗ୍ର ଦେଶରେ ଲାଗୁ କରାଯିବାକୁ ଯୋଜନା କରାଯାଇଥିଲା।
କଂଗ୍ରେସର କୁଶାସନ ଏବଂ ଦାୟିତ୍ବହୀନ କାର୍ଯ୍ୟ ଯୋଗୁ ଦେଶର ସ୍ଥିତି ଖରାପ ହୋଇଯାଇଥିଲା।

ବିଜେପି ସରକାର ଆତଙ୍କବାଦୀ ଏବଂ ନକ୍ସଲବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କଂଗ୍ରେସର ବଡ଼ ନେତା ଆତଙ୍କବାଦୀଙ୍କ ମୃତ୍ୟୁରେ ଲୁହ ଢ଼ାଳୁଛନ୍ତି। ଏହା ବିଶ୍ବାସଘାତକତା ବୋଲି ସେ କହିଛନ୍ତି। ଲୋକେ କଂଗ୍ରେସକୁ ଭଲଭାବେ ଚିହ୍ନି ସାରିଛନ୍ତି। ଏହାର ଜବାବ୍ ଏବେ ଲୋକେ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe