ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଜେଟଲୀଙ୍କୁ ଅନୁରୋଧ କରିପାରନ୍ତି ମୋଦି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ, ଏମ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଶାହା

ନୂଆଦିଲ୍ଲୀ : ବିଜେପି ନେତା ଅରୁଣ ଜେଟଲୀ ସ୍ୱାସ୍ଥ୍ୟଗତ କାରଣରୁ କେନ୍ଦ୍ରର ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରିଥିବାବେଳେ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିପାରନ୍ତି । ମୋଦି ଆଜି ରାତିରେ ଅରୁଣ ଜେଟଲୀଙ୍କ ବାସଭବନକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିପାରନ୍ତି ।

ମୋଦି ସରକାରର ପ୍ରଥମ କାର୍ଯ୍ୟକାଳରେ ଅରୁଣ ଜେଟଲୀଙ୍କ ପାଖରେ ଅର୍ଥ, ରକ୍ଷା ଓ ସୂଚନାପ୍ରସାରଣ ପରି ମହତ୍ତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଥିଲା । ତାଙ୍କ ସମୟରେ ବିମୁଦ୍ରାୟନ, ଜିଏସଟି ଲାଗୁ ପରି କେତେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା ।

ଏହା ପୂର୍ବରୁ ଅରୁଣ ଜେଟଲୀ ମୋଦିଙ୍କୁ ଏକ ପତ୍ର ଲେଖି ଖରାପ ସ୍ୱାସ୍ଥ୍ୟ କାରଣରୁ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ନକରିବାକୁ ଅନୁରୋଧ କରିଥିଲେ । ଚଳିତ ବର୍ଷ ଅସୁସ୍ଥତା କାରଣରୁ ସେ ବଜେଟ ଆଗତ କରିପାରିନଥିଲେ । ତାଙ୍କ ସ୍ଥାନରେ ପିୟୁଷ ଗୋଏଲ ବଜେଟ ଆଗତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe