ଅଯୋଧ୍ୟାରେ ରାମଲଲ୍ଲାଙ୍କ ଦର୍ଶନ କରିବେ ମୋଦୀ

ଅଯୋଧ୍ୟାରେ ରାମଲଲ୍ଲାଙ୍କ ଦର୍ଶନ କରିବେ ମୋଦୀ

ଅଯୋଧ୍ୟା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ମେ ୫) ଅଯୋଧ୍ୟା ଗସ୍ତରେ ଯିବେ, ଯେଉଁଠାରେ ସେ ପ୍ରଥମେ ଭଗବାନ ରାମଲଲ୍ଲାଙ୍କ ଦର୍ଶନ କରିବେ। ଏହାପରେ ଅଯୋଧ୍ୟାରେ ୨ କିଲୋମିଟର ରୋଡ୍ ସୋ ହେବ, ଯେଉଁଥିପାଇଁ ପ୍ରସ୍ତୁତି ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ପାଖାପାଖି ୨ ଘଣ୍ଟା ବିତାଇବେ ।

ଗତ ଜାନୁଆରି ୨୨ରେ ରାମଲଲ୍ଲାଙ୍କ ନୂତନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ । ତାପରେ ଏହା ହେଉଛି ଅଯୋଧ୍ୟାକୁ ମୋଦୀଙ୍କ ପ୍ରଥମ ଗସ୍ତ । ସଂଧ୍ୟା ସାତଟାରେ ରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରିବେ ମୋଦୀ । ତାପରେ ଆରମ୍ଭ ହେବ ରୋଡ୍ ସୋ। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ ପାଇଁ ବିମାନବନ୍ଦରର ପ୍ରସ୍ଥାନ ମାର୍ଗରେ ବ୍ୟାରିକେଡିଂ କରାଯାଇଛି।

ଅଯୋଧ୍ୟାର ରାମପଥରେ ଏହି ରୋଡ୍ ସୋ ସୁଗ୍ରୀବ ଦୁର୍ଗରୁ ଆରମ୍ଭ ହୋଇ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଲତା ଛକ ପର୍ଯ୍ୟନ୍ତ ଚାଲିବ। ସମଗ୍ର ମାର୍ଗକୁ ୪୦ଟି ବ୍ଲକରେ ବିଭକ୍ତ କରାଯାଇଛି, ଯେଉଁଥିରେ ସିନ୍ଧି, ପଞ୍ଜାବୀ, କୃଷକ ଏବଂ ପାରମ୍ପରିକ ପୋଷାକ ପିନ୍ଧିଥିବା ମହିଳାମାନେ ଯୋଗଦେବେ। ରାସ୍ତାର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ରୋଡ୍ ସୋ' ସମୟରେ ଫୁଲ ବର୍ଷା କରାଯିବ। ଅଯୋଧ୍ୟା ପରେ ମୋଦୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe