ପୁଣି ଋଷ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବ୍ରିକ୍ସ ଶିଖର ସମ୍ମିଳନୀପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୨୨-୨୩ରେ ରୁଷ ଗସ୍ତ କରିବେ । ରୁଷ୍ ର ଅଧ୍ୟକ୍ଷତାରେ କାଜାନରେ ଅନୁଷ୍ଠିତ ହେବାକୁ ଥିବା ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କୁ ନିମନ୍ତ୍ରଣ କରିଥିଲେ ।

modi

ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୨୨-୨୩ରେ ରୁଷ ଗସ୍ତ କରିବେ । ଏହି ଗସ୍ତ ସମୟରେ ସେ ଅନେକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ରୁଷ୍ ର ଅଧ୍ୟକ୍ଷତାରେ କାଜାନରେ ଅନୁଷ୍ଠିତ ହେବାକୁ ଥିବା ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆ ଗସ୍ତ କରିବେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି ନ୍ୟାୟସଂଗତ ବିଶ୍ୱ ବିକାଶ ଏବଂ ନିରାପତ୍ତା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବା । ଏହି ଶିଖର ସମ୍ମିଳନୀ ନେତାମାନଙ୍କୁ ପ୍ରମୁଖ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ସଦସ୍ୟ ଦେଶର ପ୍ରତିପକ୍ଷ ଏବଂ ରୁଷିଆର କାଜାନରେ ଆମନ୍ତ୍ରିତ ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ଆଶା ରଖିଛନ୍ତି।

ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଋଷ ଗସ୍ତରେ ଯାଇଥିଲେ । ୨୦୨୨ ଫେବ୍ରୁଆରିରେ ରୁଷ-ୟୁ୍କ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏହା ଥିଲା ମୋଦୀଙ୍କ ପ୍ରଥମ ରଷ ଗସ୍ତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe