ଫେବ୍ରୁଆରିରେ ହେବ ମୋଦୀ-ଟ୍ରମ୍ପ ଭେଟ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀରେ ଆମେରିକା ଗସ୍ତରେ ଯିବେ । ଏହା ଆଉ କେହି ନୁହେଁ ବରଂ ଖୋଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । 

trump modi

ଓ୍ବାସିଂଟନ :  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀରେ ଆମେରିକା ଗସ୍ତରେ ଯିବେ । ଏହା ଆଉ କେହି ନୁହେଁ ବରଂ ଖୋଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । 

ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ବୋଲି ସେ କହିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଟ୍ରମ୍ପ୍ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଯାହା ଠିକ୍ ତାହା କରିବେ, ବିଶେଷକରି ଭାରତ ବେଆଇନ ପ୍ରବାସୀଙ୍କୁ ଫେରାଇ ଆଣିବା ପ୍ରସଙ୍ଗରେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଥିଲା, ଯେଉଁଥିରେ ଏହି ଗସ୍ତ ସ୍ଥିର ହୋଇଥିଲା । ଗତବର୍ଷ ସେପ୍ଟେମ୍ବର ମାସରେ ମୋଦୀଙ୍କ ଆମେରିକା ଗସ୍ତ ପରେ ତାଙ୍କର ଏହି ଆମେରିକା ଗସ୍ତ ହେବ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେଲିଫୋନ ଆଲୋଚନା କରିଥିଲେ । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଭାରତ-ଆମେରିକା ରଣନୈତିକ ଭାଗିଦାରୀକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଛନ୍ତି। ଉଭୟ ନେତା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ୱାଡ୍ ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ ଭାରତ ଚଳିତ ବର୍ଷ ପ୍ରଥମ ଥର ପାଇଁ କ୍ୱାଡ୍ ନେତାଙ୍କୁ ଆୟୋଜନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe