Modi-Trump meeting: ମାଲେସିଆରେ ମୋଦୀ-ଟ୍ରମ୍ପ ସାକ୍ଷାତ ହେବନି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଘୋଷଣା କରିଛନ୍ତି ଯେ, ସେ କୁଆଲାଲମ୍ପୁରରେ ୪୭ତମ ଆସିଆନ୍ ଶିଖର ସମ୍ମିଳନୀରେ ଭର୍ଚୁଆଲ୍ ମାଧ୍ୟମରେ ଅଂଶଗ୍ରହଣ କରିବେ।  ଏହି ଘୋଷଣା ସହିତ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୁଆଲାଲମ୍ପୁରରେ....

modi trumpdddd

Photograph: (The Wire)

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଘୋଷଣା କରିଛନ୍ତି ଯେ, ସେ କୁଆଲାଲମ୍ପୁରରେ ୪୭ତମ ଆସିଆନ୍ ଶିଖର ସମ୍ମିଳନୀରେ ଭର୍ଚୁଆଲ୍ ମାଧ୍ୟମରେ ଅଂଶଗ୍ରହଣ କରିବେ।  ଏହି ଘୋଷଣା ସହିତ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୁଆଲାଲମ୍ପୁରରେ ଭେଟିବା ନେଇ ଯେଉଁ ଆଲୋଚନା ଚାଲିଥିଲା ତାହାର ଅବସାନ  ଘଟିଛି। ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି, ଯେଉଁଥିରେ ସେ ଆଗାମୀ ଶିଖର ସମ୍ମିଳନୀର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।   ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ ମଧ୍ୟ ଏକ ବିବୃତିରେ ମାଲେସିଆ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଚାଲିଥିବା ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି।   ମାଲେସିଆ-ଭାରତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ରଣନୈତିକ ଓ ବ୍ୟାପକ କରିବାର ପ୍ରୟାସ ବିଷୟରେ ଆଲୋଚନା ହୋଇଥିବା ସେ କହିଛନ୍ତି।

ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଓ ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ଘନିଷ୍ଠ ସହଯୋଗ ବ୍ୟତୀତ ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଭାରତ ମାଲେସିଆ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ଅନୱର କହିଛନ୍ତି। ସେ କୁଆଲାଲମ୍ପୁରରେ ହେବାକୁ ଥିବା ଆଗାମୀ ୪୭ତମ ଆସିଆନ ଶିଖର ସମ୍ମିଳନୀ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି ଯେ, ଭାରତରେ ଦୀପାବଳି ଉତ୍ସବ ହେତୁ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ। ମୁଁ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛି ଏବଂ ତାଙ୍କୁ ଓ ସମସ୍ତ ଭାରତବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଉଛି। 

ଆସିଆନ ଶିଖର ସମ୍ମିଳନୀରେ ଆଭାସୀ ଭାବେ ଯୋଗଦେବେ ମୋଦୀ
କଂଗ୍ରେସର କଟାକ୍ଷ: ମୋଦୀ କୋଣଠେସା ହେବାକୁ ଚାହୁନାହାନ୍ତି

ଅନ୍ୟପକ୍ଷରେ କଂଗ୍ରେସ କହିଛି ଯେ ଟ୍ରମ୍ପଙ୍କ ସହ ମୁହାଁମୁହିଁ ହେବାକୁ ଏଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ଲେଖିଛନ୍ତି, କିଛି ଦିନ ଧରି କଳ୍ପନାଜଳ୍ପନା ଚାଲିଥିଲା ମୋଦୀ କୁଆଲାଲମ୍ପୁର ଯିବେ କି ନାହିଁ? ବର୍ତ୍ତମାନ ଏହା ନିଶ୍ଚିତ ଯେ ପ୍ରଧାନମନ୍ତ୍ରୀ ଯିବେ ନାହିଁ। ଏହାର ଅର୍ଥ ହେଉଛି, ବିଶ୍ୱ ନେତାଙ୍କ ସହ ଆଲିଙ୍ଗନ କରିବା ଓ ଫଟୋ ଉଠାଇବା କିମ୍ବା ନିଜକୁ ଆତ୍ମଘୋଷିତ ବିଶ୍ୱଗୁରୁ ଭାବରେ ଚିତ୍ରଣ କରିବାର ଅନେକ ସୁଯୋଗ ହରାଇବେ। ରମେଶ କହିଛନ୍ତି, ମୋଦୀ କାହିଁକି ଯାଉନାହାନ୍ତି, ଏହାର କାରଣ ସରଳ। ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା କୋଣଠେସା ହେବାକୁ ଚାହାନ୍ତି ନାହିଁ। କିଛି ସପ୍ତାହ ପୂର୍ବରୁ ଠିକ୍ ଏହି କାରଣରୁ ଇଜିପ୍ଟରେ ଗାଜା ଶାନ୍ତି ସମ୍ମିଳନୀରେ ଯୋଗଦେବା ପାଇଁ ନିମନ୍ତ୍ରଣକୁ ମୋଦୀ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ରମେଶ ଦାବି କରିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe