ଏକ ଲକ୍ଷ ଲୋକଙ୍କୁ ରାଜନୀତିକୁ ଆଣିବୁ : ବାରାଣାସୀରେ ମୋଦୀଙ୍କ ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବାରଣାସୀରେ ୬୭୦୦ କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଆମେ ଏକ ଲକ୍ଷ ଲୋକଙ୍କୁ ରାଜନୀତିକୁ ଆଣିବୁ ଯେଉଁମାନଙ୍କର କୌଣସି ରାଜନୈତିକ ପରିବାର ସହିତ କୌଣସି ସମ୍ପର୍କ ନାହିଁ ।

pm

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବାରଣାସୀରେ ୬୭୦୦ କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଆମେ ଏକ ଲକ୍ଷ ଲୋକଙ୍କୁ ରାଜନୀତିକୁ ଆଣିବୁ ଯେଉଁମାନଙ୍କର କୌଣସି ରାଜନୈତିକ ପରିବାର ସହିତ କୌଣସି ସମ୍ପର୍କ ନାହିଁ । ବଂଶବାଦ ରାଜନୀତିର ମାନସିକତାକୁ ଦୂର କରିବା ପାଇଁ ସେ ବାରଣାସୀରେ ଏକ ଅଭିଯାନ ଆରମ୍ଭ କରିଥିଲେ । 

ତୃତୀୟ ପାଳି ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ଦ୍ୱିତୀୟ ବାରଣାସୀ ଗସ୍ତ ଥିଲା । ଏହି ଗସ୍ତ ସମୟରେ ସେ ଆର୍ ଜେ ଶଙ୍କରାଇ ହସ୍ପିଟାଲକୁ ଉଦଘାଟନ କରିବା ସହ ଶଙ୍କରାଚାର୍ଯ୍ୟ ସ୍ୱାମୀ ଶଙ୍କର ବିଜୟେନ୍ଦ୍ରଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। 

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ ରାମ ମନ୍ଦିର ନିର୍ମାଣ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଯେଉଁମାନେ ଏହାକୁ ଅସମ୍ଭବ ବୋଲି ଦାବି କରୁଥିଲେ ସେମାନେ ଭୁଲ ପ୍ରମାଣିତ ହୋଇଛନ୍ତି। ଆମେ କହିଥିଲୁ ଯେ ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ ଏବଂ ତାହା ସାକାର ହୋଇଛି ଓ ଆଜି ଲକ୍ଷ ଲକ୍ଷ ଲୋକ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ ଦେଖିବାକୁ ଯାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe