ବିଜେପି ନେତାଙ୍କୁ ମୋଦୀଙ୍କ ଚେତାବନୀ:ଉଗ୍ର ଆଚରଣ ବରଦାସ୍ତ କରାଯିବନି

Advertisment
‘ମୋଦୀ-ଶାହ ଯୋଡ଼ି ହେଉଛନ୍ତି କୃଷ୍ଣ-ଅର୍ଜୁନ’

ନୂଆଦିଲ୍ଲୀ: ବିଜେପି ନେତା କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ ଜଣେ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ବ୍ୟାଟ୍‌ରେ ପିଟିବା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗମ୍ଭୀରତାର ସହ ନେଇଛନ୍ତି।  ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି, ଅହଂକାର ଏବଂ ଦୁର୍ବ୍ୟବହାରକୁ ସହ୍ୟ କରାଯିବ ନାହିଁ। କୌଣସି ବିଜେପି ନେତାଙ୍କ ଉଗ୍ର ଏବଂ ଅଶୋଭନୀୟ ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି। ମୋଦୀ କହିଛନ୍ତି, ସେ ଯିଏ ମଧ୍ୟ ହେଉ ଏବଂ ଯାହା ପୁଅ ହେଉ ଏଭଳି ଅଶୋଭନୀୟ ଆଚରଣକୁ ଦଳରେ ପ୍ରଶ୍ରୟ ମିଳିବ ନାହିଁ ଏବଂ ଏହା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ହେବ। ଏଠି ବେପରୁଆ ଏବଂ ମନମୁଖୀ ନୀତି ଚଳିବ ନାହିଁ ବୋଲି ମୋଦୀ କହିଛନ୍ତି। ତେବେ ମୋଦୀ କୌଣସି ବ୍ୟକ୍ତିଙ୍କ ନାମ ନେଇନଥିଲେ ମଧ୍ୟ ସେ ଏହି କଥା ଆକାଶ ବିଜୟବର୍ଗୀୟଙ୍କୁ ଦୃଷ୍ଟିରେ ରଖି କହିଛନ୍ତି ବୋଲି ସ୍ପଷ୍ଟ ହୋଇଯାଇଛି। ଆ‌ଜି ମୋଦୀ ବିଜେପି ସଂସଦୀୟ ଦଳ ବୈଠକରେ ଏହି ମନ୍ତବ୍ୟ ରଖିଥିବା ବେଳେ ;ସଠାରେ ଆକାଶଙ୍କ ପିତା କୈଳାସ ବିଜୟବର୍ଗୀୟ ମଧ୍ୟ ଉପସ୍ଥିତ ଥିଲେ। ମୋଦୀ କହିଛନ୍ତି, ଭିଡିଓରେ ମୁଁ ଦେଖିବାକୁ ପାଇଲି, ଲୋକେ ଅଧିକାରୀଙ୍କୁ ମାରପିଟ କରୁଛନ୍ତି। ଲୋ‌କେ କ’ଣ ଏଇଥିପାଇଁ ଆମକୁ ଭୋଟ୍‌ ଦେଇଥିଲେ। ଯେଉଁ ବିଜେପି ନେତାମାନେ ଏଭଳି କାର୍ଯ୍ୟରେ ସାମିଲ ଥିଲେ ସେମାନଙ୍କୁ ବହିଷ୍କାର କରାଯାଉ ବୋଲି ମୋଦୀ କହିଛନ୍ତି।
ଆଜି ବିଜେପି ସଂସଦୀୟ ଦଳ ବୈଠକରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ‌‌ମୋଦୀ ଆସନ୍ତା ୬ ତାରିଖରୁ ବାରଣାସୀରେ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe