ଦଳୀୟ ନେତାଙ୍କୁ ମୋଦିଙ୍କ ତାଗିଦ୍‌, ଅକାରଣ ବୟାନବାଜି ବନ୍ଦ କର

Advertisment
ଦଳୀୟ ନେତାଙ୍କୁ ମୋଦିଙ୍କ ତାଗିଦ୍‌, ଅକାରଣ ବୟାନବାଜି ବନ୍ଦ କର

ନୂଆଦିଲ୍ଲୀ,: ଉନ୍ନାଓ ଏବଂ କଠୁଆ ଦୁଷ୍କର୍ମ ମାମଲାରେ ନେଇ ଦେଶବ୍ୟାପୀ ଅସନ୍ତୋଷ ଲାଗି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ଦଳୀୟ ସାଂସଦ ଓ ବିଧାୟକଙ୍କୁ ଭିଡିଓ କନ୍‌ଫରେନ୍‌୍‌ସିଂ ମାଧ୍ୟମରେ ଉଦ୍‌୍‌ବୋଧନ ଦେଇ ଅକାରଣ ବୟାନବାଜି ବନ୍ଦ କରବାକୁ କହିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦଳର ମୁଖପାତ୍ର ହିଁ ଗଣମାଧ୍ୟମରେ ବୟାନ ରଖିବେ ଏବଂ ନେତାମାନେ ଅଯଥା ବୟାନବାଜି କରିପାରିବେ ନାହିଁ ବୋଲି ମୋଦି ତାଗିଦ କରିଛନ୍ତି। ବିବାଦୀୟ ମନ୍ତବ୍ୟ ଦେଇ ଗଣମାଧ୍ୟମକୁ ଚର୍ଚ୍ଚାର ଖୋରାକ ଯୋଗାଇବା ବନ୍ଦ ହେବା ଆବଶ୍ୟକ ବୋଲିି ମୋଦି କହିଛନ୍ତି। ଗଣମାଧ୍ୟମ ନିଜର କାମ କରୁଛି ଏବଂ ଆମେ ଆମ କାମ ଶୃଙ୍ଖଳିତ ସହକାରେ କରିବା ଉଚିତ ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ ଆଜି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ଦୁଷ୍କର୍ମରେ ରୋକ୍‌ ଲାଗିପାରିବନି ବୋଲି ବିବାଦୀୟ ମନ୍ତବ୍ୟ ଦେଇ ଦଳକୁ ଅଡ଼ୁଆରେ ପକାଇଛନ୍ତି। ସେ କହିଛନ୍ତି ଯେ, ଭାରତ ଭଳି ଏକ ବଡ଼ ଦେଶରେ ଯଦି ଗୋଟିଏ କିମ୍ବା ଦୁଇଟି ଦୁଷ୍କର୍ମ ହେଉଛି ତେବେ ତାକୁ ଏତେ ବଡ଼ ପ୍ରସଙ୍ଗ କରିବାର କୌଣସି ଆବଶ୍ୟକ ନାହିଁ। କଠୁଆରେ ଜଣେ ୮ବର୍ଷର ଶିଶୁକୁ ଗଣଦୁଷ୍କର୍ମ ଓ ୟୁପିର ଉନ୍ନାଓରେ ବିଜେପି ନେତାଙ୍କ ଦ୍ୱାରା ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯିବା ଘଟଣାରେ ସାରା ଦେଶରେ ତୀବ୍ର ଅସନ୍ତାଷ ସୃଷ୍ଟି ହୋଇଥିବା ବେଳେ ବିଜେପି ନେତାଙ୍କ ଏଭଳି ମନ୍ତବ୍ୟ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ପରେ ନିଜ ବୟାନ ନେଇ ଗଙ୍ଗଓ୍ଵାର କହିଛନ୍ତି ଯେ, ଦୁଷ୍କର୍ମ ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ। ଏଭଳି ଅପରାଧକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ଚେଷ୍ଟା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe