ମୋଦୀଙ୍କ ଚେତାବନୀ, ଗଣତନ୍ତ୍ରର ଖୋଲାପଣର ଦୁରୁପଯୋଗ କରନାହିଁ

Advertisment
କୃଷି ଆଇନରେ ମୋଦୀଙ୍କ ୟୁ-ଟର୍ନ ବିରୋଧୀଙ୍କୁ ଏକଜୁଟ ପାଇଁ ସୁଯୋଗ ଦେଇଛି

Image Courtesy of DT Next

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆନ୍ ଷ୍ଟ୍ରାଟେଜିକ୍ ପଲିସି ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଯୁକ୍ତି ବିବର୍ତ୍ତନ ଓ ବିପ୍ଳବ ବିଷୟରେ ଆଲୋକପାତ କରିଛନ୍ତି। ସିଡ୍‌ନୀ ଡାୟଲଗ୍‌ରେ ପ୍ରଧାନମନ୍ତ୍ରୀ କହିଲେ ଯେ, ଆଜିର ଡିଜିଟାଲ ଯୁଗ ରାଜନୀତି, ଅର୍ଥନୀତି ଓ ସମାଜକୁ ପୁନଃସଂଜ୍ଞାକୃତ କରିଛି ଏବଂ ସାର୍ବଭୌମତ୍ବ, ପ୍ରଶାସନ, ନୈତିକତା, ଆଇନ, ଅଧିକାର ଓ ସୁରକ୍ଷା ଉପରେ ନୂତନ ପ୍ରଶ୍ନମାନ ଉତ୍‌ଥାପନ କରୁଛି। ଖୋଲାପଣ (ଓପନ୍‌ନେସ୍) ହେଉଛି ଗଣତନ୍ତ୍ରର ସବୁଠୁ ବଡ଼ ଶକ୍ତି କିନ୍ତୁ ଯେଉଁ କ୍ଷୁଦ୍ର ନ୍ୟସ୍ତସ୍ବାର୍ଥୀ ଗୋଷ୍ଠୀ ଏହାର ଦୁରୁପଯୋଗ କରୁଛନ୍ତି, ସେ ସେମାନଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଭାରତରେ ଘଟୁଥିବା ପାଞ୍ଚଟି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ (ଟ୍ରାଞ୍ଜିସନ) ଉପରେ ଆଲୋକପାତ କରିଥିଲେ। ଏହି କ୍ରାନ୍ତି ଭିତରେ ଅନ୍ୟତମ ହେଉଛି ୫ଜି ଓ ୬ଜି ଭଳି ଦୂରସଂଚାର ପ୍ରଯୁକ୍ତିରେ ସ୍ବଦେଶୀ କ୍ଷମତାର ବିକାଶ ଲାଗି ପୁଞ୍ଜିନିବେଶ। ଭାରତରେ ବିଶ୍ବର ସବୁଠାରୁ ବ୍ୟାପକ ଜନସୂଚନା ଭିତ୍ତିଭୂମି ରହିଛି ଏବଂ ଦେଶର ୧୩୦ କୋଟି ଲୋକଙ୍କର ସ୍ବତନ୍ତ୍ର ଡିଜିଟାଲ ପରିଚୟ ରହିଛି। ଭାରତର ଆଇଟି ଟ୍ୟାଲେଣ୍ଟ ବିଶ୍ବ ଡିଜିଟାଲ ଅର୍ଥନୀତି ସୃଷ୍ଟି କରିବାରେ ସହାୟତା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିମାନେ ହିଁ ୱାଇଟୁକେ (ଇୟର ୨୦୦୦) ସମସ୍ୟାର ସମାଧାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ କହିଥିଲେ ଯେ ଭାରତ ଓ ଅଷ୍ଟ୍ରେଲିଆର ବନ୍ଧୁତ୍ବ ଅତି ନିବିଡ଼। ଦୁଇଦେଶ ଭିତରେ ସହଯୋଗ ବୃଦ୍ଧି କରିବା ଏବଂ ନୂତନ ଚିନ୍ତାଧାରା ଉପରେ ବିଚାରବିମର୍ଶ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe