ସାବଧାନ! କରୋନା ଫେରିଲେ ଭୟଙ୍କର, ଟିକା ଆସିବା ପର୍ଯ୍ୟନ୍ତ ସତର୍କତା ଜରୁରୀ

Advertisment

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ, ପ୍ରତି ଭାରତୀୟଙ୍କ ନିକଟରେ ଟିକା ପହଞ୍ଚିବ

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ, ପ୍ରତି ଭାରତୀୟଙ୍କ ନିକଟରେ ଟିକା ପହଞ୍ଚିବ

ଭାରତର ବି‌କାଶ ଧାରାରେ ସାମିଲ ହେବାକୁ ନିବେଶକଙ୍କୁ ମୋଦୀଙ୍କ ଆହ୍ବାନ

The Indian Express

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କରୋନାଭୂତାଣୁର ମୁକାବିଲା ନିମନ୍ତେ ସମସ୍ତଙ୍କୁ ସତର୍କତାର ସହ ଆଗକୁ ବଢ଼ିବାକୁ ହେବ ବୋଲି କହିଛନ୍ତି। କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏହା ପ୍ରଧାନମନ୍ତ୍ରୀଙ୍କର ଦେଶବାସୀଙ୍କୁ ସପ୍ତମ ସମ୍ବୋଧନ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଏବେ କରୋନା କାଳର କଠିନ ସମୟରୁ ବାହାରି ଆଗକୁ ବଢ଼ୁଛି। ଏହି ସମୟରେ ସାମାନ୍ୟ ଅସତର୍କ ହେଲେ ଆମର ଗତି ଅଟକି ଯାଇପାରେ ଏବଂ ଆମର ଖୁସି ଫିକା ପଡ଼ିଯାଇପାରେ। ଜୀବନର ଦାୟିତ୍ବବୋଧକୁ ନିର୍ବାହ କରିବା ସହ କରୋନା ମୁକାବିଲା ଦିଗରେ ଆବଶ୍ୟକ ସତର୍କତା ଅବଲମ୍ବନ କଲେ ହିଁ ଆମ ଖୁସି କାଏମ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ଟିକା ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଟିକା ଆସିବା ମାତ୍ରେ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଖରେ କିଭଳି ପହଞ୍ଚିବ ସେନେଇ ସରକାର ପ୍ରସ୍ତୁତି ଜାରି ରଖିଛନ୍ତି। ସମସ୍ତ ନାଗରିକଙ୍କ ପାଇଁ ଏହା ଉପଲବ୍ଧ ହେବ ଏବଂ ଏଥିପାଇଁ ତତ୍ପରତାର ସହ କାର୍ଯ୍ୟ ଜାରି ରହିଛି । ତେବେ ଟିକା ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ରହିବାକୁ ହେବ ଏବଂ ନିୟମ ମାନି ଚଳିବାକୁ ପଡ଼ିବ। ଏ ଦିଗରେ କୌଣସି ଅବହେଳା ହେବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି।

ବିଶ୍ବ କରୋନା ସ୍ଥିତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ କରୋନା ସଂକ୍ରମଣ ମାମଲା କମ୍‌ ରହୁଛି। କିନ୍ତୁ କେତେକ ସ୍ଥାନରେ ଅଚାନକ ଏହା ବଢ଼ିଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଭାରତରେ ଆରୋଗ୍ୟ ହାର ବହୁତ ଭଲ ଅଛି।, ମୃତ୍ୟୁହାର ମଧ୍ୟ କମ୍‌ ରହିଛି। ବିଶ୍ବର ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳାନରେ ଭାରତ ନିଜର ଅଧିକରୁ ଅଧିକ ନାଗରିକ ଜୀବନ ବଞ୍ଚାଇବାରେ ସଫଳ ହୋଇଛି। କୋଭିଡ ମହାମାରୀ ଯୁଦ୍ଧରେ ବିଭିନ୍ନ କ୍ଷେତ୍ରରେ ସଫଳ ମୁକାବିଲା ଏବଂ ଟେଷ୍ଟିଂ ବାଢ଼ଇବା ଆମ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଆମେ ଭୁଲିଯିବା ଉଚିତ ନୁହେଁ ଯେ ଲକ୍‌ଡାଉନ୍‌ ଯାଇଛି, କିନ୍ତୁ ଭାଇରସ୍‌ ଯାଇନାହିଁ। ବିଗତ ୭/୮ ମାସରେ ପ୍ରତ୍ୟେକ ଭାରତୀୟଙ୍କ ପ୍ରୟାସରେ ଭାରତ ଆଜି କରୋନା ମୁକାବିଲା କ୍ଷେତ୍ରରେ ସୁଦୃଢ଼ ସ୍ଥିତିରେ ରହିଛି। ଆମେ ଏହାକୁ ବିଗିଡ଼ିଯିବାକୁ ଦେବାନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏବେ ଅଧିକାଂଶ ଲୋକ ଜୀବନକୁ ଗତି ଦେବା ପାଇଁ ଘରୁ ବାହାରୁଛନ୍ତି। ପାର୍ବଣ ଋତୁରେ ବଜାରର ସରଗରମ ସ୍ଥିତି ଫେରିଛି। କିନ୍ତୁ ଆମକୁ ପୂରା ସଫଳତା ନ ମିଳିବା ପର୍ଯ୍ୟନ୍ତ ସର୍ବାଧିକ ସତର୍କ ହୋଇ ଚଳିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe