ଆଜି ଶିଖର ସମ୍ମିଳନୀ, ମୋଦୀ ଭରସାଯୋଗ୍ୟ ବନ୍ଧୁ: ଆବେ

Advertisment
ଆଜି ଶିଖର ସମ୍ମିଳନୀ, ମୋଦୀ ଭରସାଯୋଗ୍ୟ ବନ୍ଧୁ: ଆବେ

ଟୋକିଓ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ଜଣେ ଭରସା‌େଯାଗ୍ୟ ବନ୍ଧୁ। ତାଙ୍କ ଯୋଗୁ ଭାରତ ସହିତ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ ହୋଇପାରିଛି। ଆଗକୁ ମଧ୍ୟ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆଜି ଏହା କହିଛନ୍ତି। ଦୁଇଦିନିଆ ଭାରତ-ଜାପାନ ଦ୍ବିପାକ୍ଷିକ ସମ୍ମିଳନୀ ପୂର୍ବରୁ ଆବେ ଏହା କହିଛନ୍ତି। ସେ କହିଛନ୍ତି, ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବା ଦିନ ଭାରତ-ଜାପାନ ସମ୍ପର୍କ ଏକ ନୂଆ ସ୍ତର ଅତିକ୍ରମ କରିବ। ଆସନ୍ତାକାଲି ଦୁଇଦେଶ ମଧ୍ୟରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ମୋଦୀଙ୍କୁ ପ୍ରଶଂସା କରି ସିଞ୍ଜୋ ଅ‌ାବେ କହିଛନ୍ତି, ଭାରତ ଓ ଜାପାନ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେଲେ ବିଶ୍ବ ଅର୍ଥନୀତିକୁ ଫାଇଦା ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe