୧୯୬୪ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଏଏମ୍‌ୟୁ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦୀ

Advertisment
ପୁଟିନ୍‌, ବାଇଡେନ୍‌ଙ୍କ ପରି ମୋଦୀ ଟିକାର ପ୍ରଥମ ଡୋଜ୍‌ ନେବା ଉଚିତ୍‌ : କଂଗ୍ରେସ ନେତା

Image Courtesy of Digiworldblog

ଆଗ୍ରା: ଆସନ୍ତା ୨୨ ତାରିଖରେ ଆଲିଗଡ଼ ମୁସଲିମ୍‌ ବିଶ୍ବବିଦ୍ୟାଳୟ(ଏଏମ୍‌ୟୁ)ର ଶତବାର୍ଷିକୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଏମ୍‌ୟୁରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାପାଇଁ ମୋଦୀ ଏଏମ୍‌ୟୁ ନିମନ୍ତ୍ରଣ ଗ୍ରହଣ କରିଥିବାରୁ ସମଗ୍ର ଏଏମ୍‌ୟୁ କମ୍ୟୁନିଟି ଏବଂ ମୁଁ ମୋଦୀଙ୍କ ପାଖ‌ରେ କୃତଜ୍ଞ ବୋଲି କୁଳପତି ତାରିକ୍‌ ମନସୁର କହିଛନ୍ତି। ‌କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିୟାଲ ମଧ୍ୟ ଏଏମ୍‌ୟୁ କାର୍ଯ୍ୟକ୍ରମରେ ଯୋଗ ଦେବେ। ତେବେ ୧୯୬୪ ପ‌ରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଏଏମ୍‌ୟୁ କାର୍ଯ୍ୟକ୍ରମରେ ଯୋଗ ଦେବେ। ଶେଷ ଥର ପାଇଁ ୧୯୬୪ରେ ଲାଲ୍‌ ବାହାଦୁର ଶାସ୍ତ୍ରୀ ଏଏମ୍‌ୟୁ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଥିଲେ। ପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏଏମ୍‌ୟୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ ଏଏମ୍‌ୟୁ ଅଧିକାରୀମାନେ ନିଷ୍ପତ୍ତି ବଦଳାଇ ମୋଦୀଙ୍କୁ ମୁଖ୍ୟ ଅତିଥି କରିଛନ୍ତି। ତେବେ କରୋନା କଟକଣା ପାଇଁ ଭିଡିଓ କନଫ‌ରେନ୍ସ ଦ୍ବାରା ଏହି କାର୍ଯ୍ୟକ୍ରମ ହେବ। ଏଏମ୍‌ୟୁର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଶ୍ବବିଦ୍ୟାଳୟରେ ମୋଦୀଙ୍କ ଉପସ୍ଥିତି ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏକ କଡ଼ା ବାର୍ତ୍ତା ପଠାଇବ। ଯେଉଁମାନେ ସିଏଏ ବିରୋଧୀ ଆନ୍ଦୋଳନ ପ୍ରସଙ୍ଗରେ ଏଏମ୍‌ୟୁ ବିରୋଧରେ ଆକ୍ରମଣ କରିଥିଲେ ଏହା ସେମାନଙ୍କ ପାଇଁ ଏକ କଡ଼ା ବାର୍ତ୍ତା ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe