ମୋଦୀ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ : ଶାହ

Advertisment
ମୋଦୀ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ : ଶାହ

Image Source: Zee News

ନୂଆଦିଲ୍ଲୀ : ‌ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ୨୦୨୪ରେ ପୁଣିଥରେ ସରକାର ଗଠନ କରିବ ଏବଂ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି। ଦିଲ୍ଲୀରେ ଏକ କନକ୍ଲେଭ୍‌ରେ ଅଂଶଗ୍ରହଣ କରି ଶାହ କହିଛନ୍ତି, ମୋଦୀ ସରକାର କ୍ଷମତାକୁ ଆସିବା ପରଠାରୁ ୩ଟି ପ୍ରମୁଖ ସମସ୍ୟା ଯଥା ଜମ୍ମୁ କାଶ୍ମୀର, ଉତ୍ତରପୂର୍ବ ଏବଂ ନକ୍ସଲ ପ୍ରସଙ୍ଗକୁ ବିଭିନ୍ନ ଦିଗରୁ ସମାଧାନ କରାଯାଇଛି। ପାକିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ପରଠାରୁ କୌଣସି ବିଦେଶୀ ଶକ୍ତି ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତ‌କ୍ଷେପ କରିବାକୁ ସାହସ କରୁନାହାନ୍ତି।

ତେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ତାହା ଲୋକମାନେ ନିଷ୍ପତ୍ତି ନେବେ। ମୁଁ ଦେଶର ପ୍ରତି ଅଞ୍ଚଳକୁ ଯାଇଛି ଏବଂ ଏହା ହୃଦ୍‌ବୋଧ କରିଛି ଯେ ବିଜେପି ପୁଣିଥରେ ସରକାର ଗଠନ କରିବ ଏବଂ ମୋଦୀ ଲଗାତାର ତୃ୍ତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ଶାହ କହିଛନ୍ତି, ୭୦ ଦଶକ ପରେ ପ୍ରଥମ ଥର ପାଇଁ ମୋଦୀ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୩୦୩ ଆସନରେ ଜିତିଥିବାବେଳେ ୨୦୨୪ରେ ଏହା ୩୦୩ରୁ ଅଧିକ ଆସନରେ ଜିତିବ ବୋଲି ଶାହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe