୨୦୨୪ରେ ମୋଦୀ ହିଁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ: ଅମିତ ଶାହ

Advertisment
୨୦୨୪ରେ ମୋଦୀ ହିଁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ: ଅମିତ ଶାହ

ପାଟନା : ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ରବିବାର ଦିନ ପାଟନାରେ ଅନୁଷ୍ଠିତ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକର ସମାପନ ଉତ୍ସବରେ ଉଦ୍‌ବୋଧନ ଦେଇ ଶାହ କହିଛନ୍ତି ଯେ ମୋଦୀ ହିଁ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ଏବଂ ତାଙ୍କ ନେତୃତ୍ବରେ ଏନ୍‌ଡିଏ ନିର୍ବାଚନରେ ଅବତୀର୍ଣ୍ଣ ହେବ। ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଜାରି ରହିବ ଏବଂ ଆଗାମୀ ଲୋକସଭା ନିର୍ବାଚନ ଉଭୟ ଦଳ ମିଳିତ ଭାବେ ଲଢ଼ିବେ ବୋଲି ଶାହ କହିଛନ୍ତି। ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ବିଜେପି ଲଢ଼ି ଯେଉଁ ସଫଳତା ପାଇଥିଲା ୨୦୨୪ରେ ମଧ୍ୟ ତାହାକୁ ଦୋହରାଇବା ପାଇଁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶାହ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe