ମୋଦୀ ପ୍ରଧାନମନ୍ତ୍ରୀ ହେବେ ନାହିଁ, ଏହା ମୋ ଗ୍ୟାରେଣ୍ଟି: ରାହୁଲ ଗାନ୍ଧୀ

ମୋଦୀ ପ୍ରଧାନମନ୍ତ୍ରୀ ହେବେ ନାହିଁ, ଏହା ମୋ ଗ୍ୟାରେଣ୍ଟି: ରାହୁଲ ଗାନ୍ଧୀ

ପାଟନା: କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀ ସୋମବାର ବିହାରର ପାଟନାର ବଖତିଆରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ରାହୁଲ ଗାନ୍ଧୀ ଏହି ଜନସଭାରେ ନିଶ୍ଚିତ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ପ୍ରଧାନମନ୍ତ୍ରୀ ହେବେ ନାହିଁ। ଏହା ମୋ ଗ୍ୟାରେଣ୍ଟି ବୋଲି ରାହୁଲ ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି ଏକ ସାକ୍ଷାତକାରରେ ମୋଦୀ ଜୀ କହିଥିଲେ ଯେ ମୁଁ ବଡ଼ ବଡ଼ ନିଷ୍ପତ୍ତି ନେଇ ନଥାଏ। ତାହା ଭଗବାନ ନିଅନ୍ତି। ଇଡିଠାରୁ ବଞ୍ଚିବା ପାଇଁ ମୋଦୀ ଏହା କହୁଛନ୍ତି। ରାହୁଲ କହିଛନ୍ତି କଂଗ୍ରେସ ସରକାର ଗଠନ ହେବା ମାତ୍ରେ ଇଡି ମୋଦୀଙ୍କୁ ଆଦାନୀ ଉପରେ ପ୍ରଶ୍ନ କରିବା ଆରମ୍ଭ କରିବ।

ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ମୋଦୀ ଜୀ ଦୀର୍ଘ ଭାଷଣ ଦେବା ବନ୍ଦ କରନ୍ତୁ, ଦେଶ ବିଭାଜନ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ସେ ଏକ ଗ୍ୟାରେଣ୍ଟି ଦେଇଛନ୍ତି ଯେ ନରେନ୍ଦ୍ର ମୋଦୀ ଯାହା କୁହନ୍ତୁ ନା କାହିଁକି, ଜୁନ୍ ୪ ପରେ ଇଣ୍ଡିଆ ଏକ ମିଳିତ ସରକାର ଗଠନ କରିବାକୁ ଯାଉଛି। ଏହା ହେଉଛି ସମ୍ବିଧାନର ନିର୍ବାଚନ। ବିଜେପି ଲୋକମାନେ କହିଛନ୍ତି ଆମେ ଏହି ସମ୍ବିଧାନକୁ ଭାଙ୍ଗି ପକାଇବୁ। ତେଜସ୍ୱୀ ଯାଦବ ବିହାରର ଲୋକଙ୍କୁ ନିଯୁକ୍ତି ଦେଇଥିଲେ। ସମଗ୍ର ଭାରତରେ ୩୦ ଲକ୍ଷ ଚାକିରୀ ଅଛି, ଆମେ ଦେଶର ଯୁବବର୍ଗଙ୍କୁ ତାହା ଦେବା ପାଇଁ କାର୍ଯ୍ୟ କରିବୁ।

ଏଥି ସହିତ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେନା ଅଗ୍ନବୀର ଯୋଜନା ଚାହୁଁ ନାହିଁ। ମୋଦୀ ସରକାର ସେନା ଏବଂ ଯୁବବର୍ଗମାନଙ୍କ ଉପରେ ଏହି ଯୋଜନାକୁ ବାଧ୍ୟତାମୂଳକ ଭାବେ ଲଦି ଦେଇଛନ୍ତି। ଆମ ସରକାର ଗଠନ ହେବା ମାତ୍ରେ ଆମେ ଅଗ୍ନିବୀର ଯୋଜନାକୁ ରଦ୍ଦ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe