ଜାତିସଂଘ‌ରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେବେ ମୋଦୀ

Advertisment
ଜାତିସଂଘ‌ରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେବେ ମୋଦୀ

India Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଆସନ୍ତା ଜୁନ୍‌ ୨୧ ତାରିଖରେ ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ‌ ଅନ୍ତର୍ଜାତୀୟ ‌ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେବେ। ଯୋଗ ଦିବସ ଉତ୍ସବ ଅବସରରେ ମୋଦୀ ସମଗ୍ର ବିଶ୍ବ ସମୁଦାୟର ନେତୃତ୍ବ ନେ‌ବେ। ଜାତିସଂଘ ସାଧାରଣ ଅଧିବେଶନର ସଭାପତି ସାବା କୋରୋସି, ଜାତିସଂଘ ସଦସ୍ୟ ଥିବା ୧୯୦ରୁ ଅଧିକ ରାଷ୍ଟ୍ରର କୂଟନୈତିକ ପ୍ରତିନିଧି, ନ୍ୟୁୟର୍କ ‌ମେୟର, ଆମେରିକାର ଶୀର୍ଷ ରାଜନେତା, ବିଭିନ୍ନ କ୍ଷେତ୍ରରେ ଶୀର୍ଷ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମୋଦୀଙ୍କ ସହ ଜୁନ୍‌ ୨୧ ତାରିଖ ସକା‌ଳେ ଜାତିସଂଘ ପରିସର ଲନ୍‌ରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡ଼ିଛି।

୨୦୧୪ ଡିସେମ୍ବରରେ ୧୭୭ଟି ରାଷ୍ଟ୍ର ଯୋଗ ଦିବସ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଏହି ସମୟରେ ପ୍ୟାରିସ ଗସ୍ତରେ ଥିବେ । ଏହି କାରଣ ପାଇଁ ସେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe