'ବିଶ୍ୱ ପାଇଁ ଭାରତ' ଶୀର୍ଷକରେ ଆସନ୍ତାକାଲି ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକରେ କହିବେ ମୋଦୀ

Advertisment
ଭାରତର ବି‌କାଶ ଧାରାରେ ସାମିଲ ହେବାକୁ ନିବେଶକଙ୍କୁ ମୋଦୀଙ୍କ ଆହ୍ବାନ

The Indian Express

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୯ ତାରିଖ ସନ୍ଧ୍ୟା ୦୭.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ ୨୦୨୦ ର ଉଦଘାଟନୀ ସମାରୋହରେ ମୁଖ୍ୟ ସମ୍ଭାଷଣ ପ୍ରଦାନ କରିବେ । ଗତ ୧୫ ବର୍ଷ ହେଲା ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ସବୁଠୁ ବଡ଼ ଆହ୍ୱାନ ସାମ୍ନା କରିବା ପାଇଁ ଅନ୍ତଃରାଷ୍ଟ୍ରୀୟ ନବୋନ୍ମେଷ ସହଯୋଗକୁ ପରିସ୍ଫୁଟ କରିଛି । ଗ୍ରାଣ୍ଡ ଚ୍ୟାଲେଞ୍ଜ ବୈଠକ ୨୦୨୦ ଅକ୍ଟୋବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ଭାବେ ଅନୁଷ୍ଠିତ ହେବ, ଯେଉଁଥିରେ ନୀତି ନିର୍ଦ୍ଧାରକ ଏବଂ ବୈଜ୍ଞାନିକ ନେତୃବୃନ୍ଦଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ ।

ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ପ୍ରତିକାର ନିମନ୍ତେ ବ୍ୟାପକ ବୈଜ୍ଞାନିକ ସହଯୋଗ ଲାଗି ଆହ୍ୱାନ ଦିଆଯିବ, ଯେଉଁଥିରେ ‘ବିଶ୍ୱ ପାଇଁ ଭାରତ’ ସହିତ କୋଭିଡ-୧୯ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ବିଶ୍ୱସ୍ତରୀୟ ପ୍ରମୁଖ ନେତା, ପ୍ରଖ୍ୟାତ ବୈଜ୍ଞାନିକ ଏବଂ ଗବେଷଣାକାରୀ ଏହି ବାର୍ଷିକ ବୈଠକରେ ସାମିଲ ହେବେ, ଯେଉଁମାନେ ମହାମାରୀ ପରେ ବିଶ୍ୱରେ ନିରନ୍ତର ବିକାଶ ଲକ୍ଷ୍ୟର ପ୍ରଗତି ପାଇଁ ମହତ୍ତ୍ୱପୂର୍ଣ୍ଣ ପ୍ରାଥମିକତାଗୁଡ଼ିକ ଉପରେ ବ୍ୟାପକ ଆଲୋଚନା କରିବେ | ଏହି ତ୍ରିବସୀୟ କାର୍ଯ୍ୟକ୍ରମରେ ମହାମାରୀ ସହ ଲଢ଼ିବା ଏବଂ ମହାମାରୀର ମୁକାବିଲା କରିବା ଓ ଅନ୍ତର୍ଜାତୀୟ ସମାଧାନ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଏବଂ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ତଥା ଆଉ ଏକ ମହାମାରୀକୁ ରୋକିବା ପାଇଁ ବୈଜ୍ଞାନିକ ହସ୍ତକ୍ଷେପ ସଂକ୍ରାନ୍ତ ବିଷୟ ଉପରେ ବିଭିନ୍ନ କ୍ଷେତ୍ରର ନେତୃବର୍ଗ ଆଲୋଚନା କରିବେ ।

ଏହି ବାର୍ଷିକ ବୈଠକରେ ୪୦ଟି ଦେଶର ପାଖାପାଖି ୧୬୦୦ ଲୋକ ଅଂଶଗ୍ରହଣ କରିବେ । ଏହି ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ ୨୦୨୦, ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ, ଜୈବ ପ୍ରାଦ୍ୟୋଗିକୀ ବିଭାଗ, ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଏବଂ ନୀତି ଆୟୋଗ ଦ୍ୱାରା ମିଳିତ ଭାବେ ଆୟୋଜନ କରାଯିବ । ସୂଚନା ଥାଉ କି ୨୦୧୨ରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଏବଂ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହଯୋଗ କ୍ରମେ ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍ ଇଣ୍ଡିଆ ସ୍ଥାପନ ହୋଇଥିଲା, ଏବଂ ୱେଲକମ ମଧ୍ୟ ଏହି ସହଯୋଗିତାରେ ସାମିଲ ହୋଇଥିଲା । ଗ୍ରାଣ୍ଡ ଚ୍ୟାଲେଞ୍ଜେସ ଇଣ୍ଡିଆ କୃଷି, ପୋଷଣ, ସ୍ୱଚ୍ଛତା, ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ଓ ସଂକ୍ରାମକ ରୋଗ ଶ୍ରେଣୀରେ କାମ କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe