ନୂଆଦିଲ୍ଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆତ୍ମଜୀବନୀ ‘ଆଇ ଆମ୍ ଜର୍ଜିଆ- ମାଇଁ ରୁଟ୍ସ, ମାଇଁ ପ୍ରିନ୍ସିପଲ୍ସ’ର ଭାରତୀୟ ସଂସ୍କରଣର ମୁଖବନ୍ଧ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୁଖବନ୍ଧରେ ମୋଦୀ କହିଛନ୍ତି ଯେ, ମେଲୋନି ଜଣେ ଦେଶପ୍ରେମୀ, ଉଲ୍ଲେଖନୀୟ ସମସାମୟିକ ନେତା ଏବଂ ଏହି ଆତ୍ମଜୀବନୀକୁ ତାଙ୍କର ‘ମନ୍ କୀ ବାତ୍’ କୁହାଯାଇପାରେ। ଏହି ପୁସ୍ତକର ମୁଖବନ୍ଧ ଲେଖିବା ତାଙ୍କ ପାଇଁ ଏକ ସମ୍ମାନର ବିଷୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ, ଖୁବ୍ଶୀଘ୍ର ରୁପା ପବ୍ଲିକେସନ୍ ଦ୍ୱାରା ଏହି ପୁସ୍ତକ ଭାରତରେ ପ୍ରକାଶିତ ହେବାକୁ ଯାଉଛି। ଦୁଇ ନେତାଙ୍କ ମଧ୍ୟରେ ବନ୍ଧୁତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ମେଲୋନିଙ୍କ ଜୀବନ ସ୍ଥିରତା ଓ ମୂଳଦୁଆ ଉପରେ ନିର୍ଭର କରୁଥିବା ‘କାଳଜୟୀ ସତ୍ୟ’କୁ ସୂଚିତ କରିଛି। ପ୍ରଧାନମନ୍ତ୍ରୀ ମେଲୋନିଙ୍କ ସହ ମୋର ବ୍ୟକ୍ତିଗତ ବନ୍ଧୁତ୍ୱର ଏହା ହେଉଛି ମୂଳଦୁଆ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି।
ଜର୍ଜିଆ ମେଲୋନିଙ୍କ ପୁସ୍ତକର ମୁଖବନ୍ଧ ଲେଖିଲେ ମୋଦୀ
Advertisment
Follow Us