କ୍ଷମତାରେ ମୋଦୀଙ୍କ ୨୫ ବର୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଅକ୍ଟୋବର ୭ ତାରିଖରେ ତାଙ୍କ ରାଜନୈତିକ ଯାତ୍ରାରେ ସରକାରର ମୁଖ୍ୟ ଭାବେ ୨୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

adgdgadgadga

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଅକ୍ଟୋବର ୭ ତାରିଖରେ ତାଙ୍କ ରାଜନୈତିକ ଯାତ୍ରାରେ ସରକାରର ମୁଖ୍ୟ ଭାବେ ୨୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ୨୦୦୧ ମସିହାରେ ଠିକ୍‌ ଆଜିର ଦିନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ତାଙ୍କ ଯାତ୍ରାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକମାନଙ୍କ ଜୀବନକୁ ଉନ୍ନତ କରିବା ଏବଂ ଦେଶର ପ୍ରଗତିରେ ଯୋଗଦାନ କରିବା ପାଇଁ ତାଙ୍କର ନିରନ୍ତର ପ୍ରୟାସ ଜାରି ରହିଛି। ମୋଦୀ କହିଛନ୍ତି, ତାଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଅତ୍ୟନ୍ତ ଆହ୍ବାନଭରା ପରିସ୍ଥିତିରେ ଦିଆଯାଇଥିଲା। ସେହି ବର୍ଷ ରାଜ୍ୟ ଏକ ବଡ଼ ଭୂମିକମ୍ପ ସାମ୍ନା କରିଥିଲା ଏବଂ ପୂର୍ବ ବର୍ଷଗୁଡ଼ିକରେ ମଧ୍ୟ ମହାବାତ୍ୟା, ମରୁଡ଼ି ଏବଂ ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହୋଇଥିଲା।

ମୋଦୀ କହିଛନ୍ତି, ୨୦୦୧ ମସିହାର ଆଜିର ଦିନରେ, ମୁଁ ପ୍ରଥମ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲି। ମୋର ସାଥୀ ଭାରତୀୟଙ୍କ ନିରନ୍ତର ଆଶୀର୍ବାଦ ପାଇଁ, ମୁଁ ଏକ ସରକାରର ମୁଖ୍ୟ ଭାବରେ ମୋର ୨୫ତମ ବର୍ଷରେ ପ୍ରବେଶ କରୁଛି। ଭାରତର ଜନସାଧାରଣଙ୍କ ପ୍ରତି ମୋର କୃତଜ୍ଞତା। ଏହି ସମସ୍ତ ବର୍ଷ ମଧ୍ୟରେ, ଆମର ଲୋକଙ୍କ ଜୀବନକୁ ଉନ୍ନତ କରିବା ଏବଂ ଏହି ମହାନ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ ଦେବା ପାଇଁ ମୋର ନିରନ୍ତର ପ୍ରୟାସ ରହି,ଛି ଯାହା ଆମ ସମସ୍ତଙ୍କୁ ସୁଦୃଢ଼ କରିଛି ବୋଲି ମୋଦୀ ଏକ ପୋଷ୍ଟ୍‌ରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe